ବଡ଼ଆଖଡ଼ା ମଠ ଭଙ୍ଗା ଶେଷ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ବଡ଼ଆଖଡ଼ା ମଠର ବିପଦସଙ୍କୁଳ କୋଠା ଉଚ୍ଛେଦ ସୋମବାର ଶେଷ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ରହିଥିବା ୧୮ଟି ବିପଦସଙ୍କୁଳ ମଠରୁ ସୋମବାର ସୁଦ୍ଧା ୩ଟି ପ୍ରମୁଖ ମଠକୁ ପ୍ରଶାସନ ଉଚ୍ଛେଦ କରିଛି । ଏକ ସପ୍ତାହ ମଧ୍ୟରେ ଏମାର ମଠ, ଲଙ୍ଗୁଳି ମଠ, ବଡ ଆଖଡ଼ା ମଠ ଉଚ୍ଛେଦ ଶେଷ ହୋଇଛି । ଏହାପରେ ସାନଛତା ମଠ ପାଳି ।
ବଡ଼ଆଖଡା ମଠ ଉଚ୍ଛେଦ ଶେଷ ହେବା ପରେ ମଠର ୫ ଏକର ୬ ଡିସିମିଲ ଜମି ମଧ୍ୟରୁ ପାଖାପାଖି ୫ ଏକର ଜମି ପ୍ରଶାସନ ଅକ୍ତିଆରକୁ ଯାଇଛି । ମଠ ପରିସରରେ ରାମ, ଲକ୍ଷ୍ମଣ, ସୀତା ମନ୍ଦିର, ନାଗା ସନ୍ୟାସୀଙ୍କ ଆରାଧ୍ୟ ଦେବତା ହନୁମାନ ମନ୍ଦିର, ମଠର ପ୍ରତିÂାତା ସନ୍ଥ ରାମାନନ୍ଦ ସ୍ୱାମୀଙ୍କ ବେଢ଼ାକୁ ଉଚ୍ଛେଦରୁ ବାଦ ଦିଆଯାଇଛି । ମଠର ଐତିହ୍ୟ ବହନ କରୁଥିବା ଏହି ସବୁ ସ୍ମୃତି, ପୂଜାପୀଠ, ମନ୍ଦିରଗୁଡିକୁ ରକ୍ଷଣାବେକ୍ଷଣ, ସୁରକ୍ଷା ଦିଆଯିିବ ବୋଲି ପ୍ରଶାସନ ଦୋହରାଇଛି । ମଠର ୩୬ ଦୋକାନ ଏବଂ ୮୦ଟି ପ୍ରକୋÂ ଚଳିତ ଉଚ୍ଛେଦ ଅଭିଯାନରେ ଭଙ୍ଗାଯାଇଛି । ବିସ୍ଥାପିତ ଦୋକାନୀଙ୍କ ଥଇଥାନ ପାଇଁ ପ୍ରଶାସନ ବିକଳ୍ପ ଉପାର୍ଜନ ପନ୍ଥା ପ୍ରସ୍ତାବ ଦେଇଛି । ମଠ ପରିସରରେ ରହିଥିବା ୫ଟି ନୂତନ ପ୍ରକୋÂକୁ ଉଚ୍ଛେଦରୁ ବର୍ତ୍ତମାନ ପାଇଁ ଛାଡି ଦିଆଯାଇଛି । ଏହି ପ୍ରକୋÂରେ ମଠ ମହନ୍ତ ରହୁଛନ୍ତି ।
ବଡ଼ଆଖଡ଼ା ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବଡ଼ଦାଣ୍ଡ କଡ଼ରେ ସିଧା ଶ୍ରୀମନ୍ଦିର ପର୍ଯ୍ୟନ୍ତ ଜାଗା ଫାଙ୍କା ହୋଇଛି । ପୂର୍ବରୁ ଶ୍ରୀମନ୍ଦିର ଅଫିସ ପାଖକୁ ଲାଗି ରହିଥିବା ବଡ଼ଛତା ମଠର ଏକ ଅଂଶ ଭଙ୍ଗାଯାଇଥିଲା । ବଡ଼ଆଖଡା ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ଅଫିସରୁ ଏବେ ଶ୍ରୀମନ୍ଦିର ସ୍ୱଷ୍ଟ ଦେଖାଯାଉଛି । ଉଚ୍ଛେଦ ହୋଇଥିବା ବଡ଼ଆଖଡ଼ା ମଠ ପଛରେ ରହିଛି ସାନ ଛତା ମଠ । ଏହି ମଠ ପ୍ରଶାସନର ଉଚ୍ଛେଦ ତାଲିକାରେ ରହିଛି । ସାନ ଛତା ମଠକୁ ଲାଗି ଅତିକ୍ରମ କରିଛି ଦୋଳବେଦି କୋଣ ରାସ୍ତା । ସାନଛତା ମଠକୁ ବଡ଼ଦାଣ୍ଡ ଦିଗରୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । କାରଣ ଦୋଳବେଦି କୋଣ ରାସ୍ତାକୁ ଲୋକ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟ ସାହିଗୁଡ଼ିକୁ ଯିବା ପାଇଁ ବ୍ୟବହାର କରୁଛନ୍ତି । ତା ବ୍ୟତୀତ ଦୋଳବେଦି ରାସ୍ତା ସରୁଆ ଥିବାରୁ ଉଚ୍ଛେଦ ବେଳେ କିଛି ବି ଅଘଟଣ ଘଟିବା ଆଶଙ୍କା କରୁଛି ପ୍ରଶାସନ । ତେଣୁ ବଡ଼ଆଖଡା ମଠରୁ ବାହାରିଥିବା ଭଙ୍ଗାଭଙ୍ଗି ମଇଳା ଉଠିବା ପରେ ସାନ ଛତା ମଠ ଉଚ୍ଛେଦ ହେବ । ଆସନ୍ତା ବୁଧବାର ଦିନ ବଡ଼ଦାଣ୍ଡ ଦିଗରୁ ଏହି ମଠକୁ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।
ମଠ ଉଚ୍ଛେଦକୁ ବିରୋଧ କରି ମଠ ମନ୍ଦିର ସୁରକ୍ଷା ପରିଷଦ ଆଜିଠାରୁ ସିଂହଦ୍ୱାର ସାମ୍ନାରେ ଆମରଣ ଅନଶନ ଧମକ ଦେଇଥିଲା । ପରିଷଦ କର୍ମକର୍ତ୍ତାଙ୍କ ଜିଲ୍ଲା ପ୍ରଶାସନ ତିନି ଦଫାରେ ଆଲୋଚନା କରିଥିଲା । ଆଜି ଅପରାହ୍ନରେ ପରିଷଦର ଶେଷ ଦଫା ଆଲୋଚନା ହୋଇଥିଲା । ପ୍ରଶାସନ ସହ ଆଲୋଚନା ସମ୍ପର୍କରେ ପରିଷଦର ସଭାପତି ମହନ୍ତ କୃଷ୍ଣଚରଣ ଦାସ ଗୋସ୍ୱାମୀ କହିଛନ୍ତି ପରିଷଦର ଛଅ ଦଫା ଦାବିକୁ ଜିଲ୍ଲା ପ୍ରଶାସନ ମାନି ନେଇଛି । ଶ୍ରୀଜଗନ୍ନାଥ ସଂସ୍କୃତି, ପୁରୀ ମଠ ସମୂହର ପୂରାତନ ଐତିହ୍ୟର ସୁରକ୍ଷା, ଶ୍ରୀମନ୍ଦିର ଚୌହଦିର ଉଚ୍ଛେଦ ତାଲିକା ହୋଇଥିବା ୧୮ ମଠକୁ ଛାଡି ବାହାରେ ରହିଥିବା ଅନ୍ୟ ମଠକୁ ପ୍ରଶାସନ ଉଚ୍ଛେଦ କରିବ ନାହିଁ, ରାତିରେ ମଠ ଉଚ୍ଛେଦ କରିବା ଆଦି ଦାବିକୁ ପ୍ରଶାସନ ମାନି ନେଇଛି ।
ଶ୍ରୀମନ୍ଦିର ସୁରକ୍ଷା ଜୋନ ବାହାରେ ରହିଥିବା ମଠ ଉଚ୍ଛେଦ କରିବାକୁ ହେଲେ ପାଞ୍ଚ ଜଣିଆ କମିଟି ଗଠନ କରାଯିବ । ଏହି କମିଟିରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପରିଷଦ ପ୍ରତିନିଧି ସଦସ୍ୟ ରହିବେ । ତାଲିକା ବାହାର ମଠ ଉଚ୍ଛେଦ କରିବାକୁ ହେଲେ ଏହି କମିଟି ସହ ପ୍ରଥମେ ପ୍ରଶାସନ ଆଲୋଚନା କରିବ । ଏହି ସବୁ ଦାବି ଉପରେ ପ୍ରଶାସନ ଠାରୁ ପରିଷଦ ଲିଖିତ ପ୍ରତିଶ୍ରୁତି ଚାହିଁଥିଲା । ଆସନ୍ତା ସାତ ଦିନ ମଧ୍ୟରେ ପ୍ରଶାସନ ପରିଷଦକୁ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଛି । ଏହି ପ୍ରତିଶ୍ରୁତିକ୍ରମେ ଅନଶନ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଛି ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀଗୋସ୍ୱାମୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons