ବଡ଼ଭାଇକୁ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଲକ୍ଷ୍ମୀପୁର: ଜମିଜମାକୁ କେନ୍ଦ୍ର କରି ତୟାପୁଟ ପଞ୍ଚାୟତ କନାପାଡି ଗାଁରେ ବଡ଼ଭାଇକୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ସାନଭାଇକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର ନାଁ କେଶବ ମୁସ୍କା । ତାକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି । ଅନ୍ୟପକ୍ଷରେ ଗୁରୁତର ଆହତ ଅବସ୍ଥାରେ ବଡଭାଇ ଗୋପୀ ମୁସ୍କା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଥାଉକି, ଜମିଜମାକୁ କେନ୍ଦ୍ର କରି ଦୁଇଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ସୋମବାର ରାତିରେ ଗୋପୀ ଖାଇବାକୁ ବସିଥିଲେ । ଏହି ସମୟରେ ପୁରୁଣା ବିବାଦକୁ ନେଇ କେଶବ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗୋପୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଗୋପୀଙ୍କୁ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ ଗୋପୀଙ୍କ ଝିଅ ରଚନା ମୁସ୍କା ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ କେଶବକୁ ମଙ୍ଗଳବାର ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons