ବଡ଼ର ଗୁଳି ମାଡ଼ରେ ସାନ ଭାଇ ଗୁରୁତର

Get real time updates directly on you device, subscribe now.

ଭଞ୍ଜନଗର: ପାରିବାରିକ କଳହରୁ ଗୁଳି ମାଡ଼ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡ଼ା ଗ୍ରାମରେ । ବଡ଼ଭାଇର ଗୁଳିମାଡରେ ସାନଭାଇ ନରେନ୍ଦ୍ର ମଳିକ (୩୫) ଗୁରୁତର ଆହତ ହୋଇଛନ୍ତି । ତାରାସିଂ ପୁଲିସ ନରେନ୍ଦ୍ରଙ୍କ ବଡ଼ ଭାଇ ଦେବେନ୍ଦ୍ର ମଳିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଗତ ବିଳମ୍ୱିତ ରାତିରେ ପାରିବାରିକ କଳହ ଦେଖାଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଦେବେନ୍ଦ୍ର ସାନଭାଇ ନରେନ୍ଦ୍ରଙ୍କୁ ଏକ ଦେଶୀ ଛେରା ବନ୍ଧୁକରୁ ଗୁଳିମାଡ଼ କରିଛନ୍ତି । ହାତୀଗୁଡା ଗ୍ରାମଟି ବଣ ପାହାଡ଼ିଆ ଅଞ୍ଚଳରେ ହୋଇଥିବାବେଳେ ଗମନାଗମନର ସୁବିଧା ନାହିଁ । ଗୁରୁତର ଅବସ୍ଥାରେ ନରେନ୍ଦ୍ରଙ୍କୁ ଦୋଳାରେ ବୋହିକି ୪ କିମି ଅଣାଯିବା ପରେ ସେଠାରୁ ଅମ୍ୱୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ ଦାଶ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଖସି ପଳାଇବାକୁ ଚେଷ୍ଟା କରୁଥିବା ଦେବେନ୍ଦ୍ର ମଳିକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । ନରେନ୍ଦ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons