ବଡ଼ ଭାଇକୁ ଇଟାରେ ଛେଚିଦେଲା ସାନ

Get real time updates directly on you device, subscribe now.

କେନ୍ଦୁଝର : ମଦ ନିଶାରେ ହିତାହିତ ଜ୍ଞାନ ହରାଇଥିବା ସାନ ଭାଇ ବଡ଼ ଭାଇକୁ ଇଟାରେ ଛେଚି ହତ୍ୟା କରିଛି । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିସ୍ତାପାଳ ଗ୍ରାମରେ ଏ ଘଟଣା ଘଟିଛି । ମୃତକ ହେଲେ ଦୀନବନ୍ଧୁ ନାୟକ(୬୩) । ସାନ ଭାଇ ଭୀମସେନ ନାୟକ(୫୯) ଶୁକ୍ରବାର ଗାଁ ହାଟରୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଝଗଡା କରିଥିଲେ । ଏହାକୁ ତାଙ୍କ ବଡ଼ ଭାଇ ଦୀନବନ୍ଧୁ ପ୍ରତିବାଦ କରିଥିଲେ । ମଦ ନିଶାରେ ଚୁର୍ ଭୀମସେନ ଭାଇର କଥାକୁ ସହି ନପାରି ଏକ ଇଟାରେ ଦୀନବନ୍ଧୁର କାନ ପାଖରେ ଛେଚି ଦେବାରୁ ସେ ଟଳି ପଡିଥିଲେ ।
ଦୀନବନ୍ଧୁକୁ ମାରିବା ପରେ ଭୀମସେନ ମଦ ମାଂସ ଖାଇ ମୃତଦେହ ନିକଟରେ ବସି ରହିଥିଲା । କେହି ପାଖକୁ ଆସିଲେ ତାକୁ ମଧ୍ୟ ଇଟାରେ ଛେଚି ମାରିଦେବି ବୋଲି ଧମକ ଦେଉଥିବାରୁ କୌଣସି ଲୋକେ ଭୟରେ ତା ପାଖକୁ ଯାଇ ନଥିଲେ । ସ୍ଥାନୀୟ ଲୋକେ ଥାନାକୁ ଖବର ଦେବା ପରେ ପୁଲିସ ନିଶାଶକ୍ତ ଥିବା ଭୀମସେନକୁ କାବୁ କରିଥିଲା । ପରେ ମୃତଦେହ ଜବତ କରାଯାଇ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ବ୍ୟବଚ୍ଛେଦ କରାଯାଇଛି । ଶନିବାର ସକାଳେ ମୃତ ଦୀନବନ୍ଧୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଏହାକୁ ଭିତ୍ତି କରି ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ଭୀମସେନଙ୍କୁ ୩୦୨ ଦଫା ଲଗାଇ କେଶ୍ ନମ୍ବର ୨୪୭/୨୧ ମାମଲା ରୁଜୁ କରିଛନ୍ତି । ଭୀମସେନଙ୍କ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ଭୀମସେନ ଆଗରୁ ଅନେକ ବାର ନିଶା ଖାଇ ଦୀନବନ୍ଧୁଙ୍କ ସହିତ ଝଗଡା କରି ଆସୁଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons