ବଡ଼ ଭାଇର ଆକ୍ରମଣରେ ସାନ ମୃତ

Get real time updates directly on you device, subscribe now.

ଆସିକା: ବଡ଼ଭାଇ ଆକ୍ରମଣରେ ସାନଭାଇର ମୃତୁ୍ୟ । ଘଟଣା ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର । ଦାଦାଙ୍କ ଘରେ ବସି ଚା ପିଉଥିଲେ ସାନ ଭାଇ ସଞ୍ଜୟ ପ୍ରଧାନ । ହଠାତ୍ ଆସି ତାଙ୍କ ବଡ଼ ଭାଇ ହରିବନ୍ଧୁ ପ୍ରଧାନ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସଞ୍ଜୟଙ୍କ ପ୍ରାଣ ବାୟୁ ଉଡ଼ି ଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳପୁର ଗ୍ରାମର ରାମଚନ୍ଦ୍ର ପ୍ରଧାନଙ୍କ ଚାରି ପୁଅ । ବଡ଼ପୁଅ ହରିବନ୍ଧୁ ପ୍ରଧାନ, ଦ୍ୱିତୀୟ ପୁଅ ସଞ୍ଜୟ ପ୍ରଧାନ, ତୃତୀୟ ପୁଅ ସୁନୀଲ ପ୍ରଧାନ ଏବଂ ଚତୁର୍ଥ ପୁଅ ଅନିଲ ପ୍ରଧାନ । ବଡ଼ପୁଅ ହରିବନ୍ଧୁ ବିବାହ କରିବାକୁ ମନା କରିବା ପରେ ସଞ୍ଜୟଙ୍କ ବିବାହ ୨୦ଦିନ ତଳେ ହୋଇଥିଲା । ଘରେ ପ୍ରାୟ ଅଶାନ୍ତି ଲାଗି ରହିଥିବାରୁ ସଞ୍ଜୟ କବିସୂର୍ଯ୍ୟନଗରରେ ରହୁଥିଲେ । ଆଜି ସଞ୍ଜୟ ନିଜ ଗ୍ରାମ ମଙ୍ଗଳପୁରକୁ ଆସି ନିଜ ଦାଦା ପୀତବାସ ପ୍ରଧାନଙ୍କ ଘରେ ବସି ଚା ପିଉଥିଲେ । ଏହି ସମୟରେ ବଡ଼ ଭାଇ ହରି ସେଠାରେ ପହଞ୍ଚି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତୁ୍ୟ ହୋଇଛି । ହରିବନ୍ଧୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମାକାନ୍ତ ସିଂ, ଥାନା ପ୍ରଶାନ୍ତ ସାହୁ ସଦଳବଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଆସିକା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons