ବଢିଲା ଟ୍ରାଫିକ୍ କଟକଣା: ତିନି ମାସ କୋହଳ ଡେଡ୍ ଲାଇନ୍

Get real time updates directly on you device, subscribe now.

ଭୁବନେଶ୍ୱର : ବଢିଲା ସମୟ ସୀମା । ରାଜ୍ୟରେ ଟ୍ରାଫିକ୍‌ କଟକଣା ନିୟମ୍‌ ଆଉ ୩ ମାସ କୋହଳ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି । ଆରଟିଓ ଅଫିସରେ ଡିଏଲ୍‌, ଲର୍ଣ୍ଣଂ ଲାଇସେନ୍ସ ଭଳି କାଗଜପତ୍ର ଆଦି କାମ ପାଇଁ ଲମ୍ବା ଲାଇନ୍‌ ଲାଗିବା ଏବଂ କାମ ସରୁନଥିବା ଅଭିଯୋଗ ହେବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଲୋକେ କିଛିଟା ଆଶ୍ବସ୍ତ ହୋଇଛନ୍ତି ।
ବଢିଲା ଟ୍ରାଫିକ୍ କଟକଣା କୋହଳ ଡେଡ୍ ଲାଇନ୍ । ୩ ମାସ ପର୍ୟ୍ୟନ୍ତ ଟ୍ରାଫିକ୍‌ ନିୟମ କୋହଳ କଲେ ରାଜ୍ୟ ସରକାର । ଗୃହରେ ଏହି ପ୍ରସଙ୍ଗ ଉଠିବା ପରେ ୩ ମାସ ନିୟମ କୋହଳ ପାଇଁ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଫଳରେ ଡିସେମ୍ବର ୧ ପରିବର୍ତ୍ତେ ଟ୍ରାଫିକ୍‌ ନିୟମ ଆସନ୍ତା ମାର୍ଚ୍ଚ ୧ ରୁ ଲାଗୁହେବ । ଆରଟିଓ ଅଫିସରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖି ମୁଖ୍ୟମନ୍ତ୍ରୀ କୋହଳ ବ୍ୟବସ୍ଥା ବଢ଼ାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।
ନୂଆ ଟ୍ରାଫିକ ନିୟମକୁ ୩ ମାସ ରାଜ୍ୟ ସରକାର କୋହଳ କରିବା ପରେ ଏବେ ଡିସେମ୍ବର ୧ ତାରିଖରୁ କଟକଣା ପୁଣି ଲାଗୁ ହେବାର ଥିଲା। ରାଜ୍ୟ ସରକାର ବି ବାରମ୍ବାର କହିଥିଲେ ଡିସେମ୍ବର ୧ରୁ କଟକଣା ଲାଗୁ ହେବ । ଡେଡଲାଇନ ସରି ଆସୁଥିବା ଦେଖି ଲୋକେ ସବୁ କାମଦାମ ଛାଡ଼ି ଆରଟିଓ ରେ ଡେରା ପକାଇଥିଲେ। ରାତିରୁ ଜଗି ରହିଥିଲେ। ଆଉ ଏସବୁ ଭିତରେ ବି କମିଶନୀ କାରବାର ଚାଲୁଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିଥିଲା।
ଲୋକଙ୍କ ଏଭଳି ଅବସ୍ଥା ଦେଖି ଗୃହରେ ପ୍ରସଙ୍ଗ ଉଠିଥିଲା। ଲୋକଙ୍କୁ ଅଧିକ ମହଲତ ଦେବାକୁ ଶୂନ୍ୟ କାଳରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଦାବି କରିଥିଲେ। ବାଚସ୍ପତି ଏହା ଉପରେ ରୁଲିଂ ଜାରି କରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମନ୍ତବ୍ୟ ରଖିଥିଲେ । କଟକଣା ୩ ମାସ କୋହଳ କରିବା ଲାଗି ଘୋଷଣା କରିଥିଲେ। ତେବେ ପୂର୍ବଭଳି ରାସ୍ତାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।
ପରିବହନ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆରଟିଓ ଅଫିସରେ ଲମ୍ବା ଲାଇନ୍ ଲଗାଇଥିବା ଲୋକେ ଆଶ୍ବସ୍ତ ହୋଇଛନ୍ତି । କହିଛନ୍ତି ଏହା ସରକାରଙ୍କ ଉଚିତ୍‌ ପଦକ୍ଷେପ । କାରଣ ଯେଉଁଭଳି ଭାବରେ ଲୋକେ ଭୋରରୁ ଆସି ଘଣ୍ଟା ଘଣ୍ଟା ଧରି ଆରଟିଓ ଅଫିସ୍‌ରେ ଲମ୍ବା ଲାଇନ୍‌ ଲଗାଉଥିଲେ ସେଥିରେ କିଛିଟା ବିରାମ ଆସିବ । ଲୋକେ ଆରମରେ ଆସି ସେମାନଙ୍କ କାମ କରିପାରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons