ବଢୁଛନ୍ତି ବାର୍ହା, କମୁଛନ୍ତି ହରିଣ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ସ୍ତନ୍ୟପାୟୀ ବନ୍ୟଜନ୍ତୁଙ୍କ ଗଣନା ଶେଷ ହୋଇଛି । ଗତ ମାସ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି ଚାଲିଥିବା ଗଣନାହ ରିପୋର୍ଟରୁ ଭିତରକନିକାରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢିଥିବା ଜଣାପଡିଛି । ଗତବର୍ଷ ଭିତରକନିକାରେ ୭୭୨୮ ବନ୍ୟଜନ୍ତୁ ଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୮,୧୦୫କୁ ବୃଦ୍ଧି ପାଇଛି । ତେବେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ହରିଣ, ବିଲୁଆ, ଗଧିଆ, ପାଣିଓଧ, ଝିଙ୍କ, ଶାଳୁଆପତନି ଓ ଠେକୁଆଙ୍କ ସଂଖ୍ୟା ହ୍ରାସ ପାଇଛି । ଜଙ୍ଗଲି ବାର୍ହା, ପାତିମାଙ୍କଡ, ହନୁମାଙ୍କଡ, ବିଲୁଆ, ଫିସିଙ୍ଗ୍ କ୍ୟାଟ, କଟାସ, ନେଉଳ, କୋକିଶିଆଳିଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ କନିକା, ରାଜନଗର, ଗହୀରମଥା, ମହାକାଳପଡା ଓ କୁଜଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ବସବାସ କରୁଥିବା ସ୍ତନ୍ୟପାୟୀ ବନ୍ୟଜନ୍ତୁମାନଙ୍କର ଗଣନା କରାଯାଇଥିଲା । ଗଣନା ରିପୋର୍ଟ ଅନୁଯାୟୀ ମୋଟ୍ ଉପରେ ହରିଣଙ୍କ ସଂଖ୍ୟା ୩୧୦୮, ଜଙ୍ଗଲି ବାର୍ହା ୧୯୨୬, ସମ୍ୱର ୧, ହନୁମାଙ୍କଡ ୨୪ , ପାତିମାଙ୍କଡ ୨୪୫୦, ବିଲୁଆ ୩୭୧, ମାଛରଙ୍କା ବିରାଡି ୩୧, ଗଧିଆ ୧୦, ଓଧ ୮୯, ବଣ ବିରାଡି ୬, ନେଉଳ ୩୬, କୋକିଶିଆଳି ୨୮, ଚିତାବିରାଡି ୧, ଝିଙ୍କ ୧୪, ଠେକୁଆ ୨, ଶାଳିଆପତନିଙ୍କ ସଂଖ୍ୟା ୮ରେ ପହଞ୍ଚିଛି । କନିକା ରେଞ୍ଜ ଅଞ୍ଚଳରେ ହରିଣ ୧୯୭୬, ଜଙ୍ଗଲି ବାର୍ହା ୧୦୫୦, ସମ୍ୱର ୧, ହନୁମାଙ୍କଡ ୩, ପାତିମାଙ୍କଡ ୧୫୩୬, ବିଲୁଆ ୬୦, ମାଛରଙ୍କା ବିରାଡି ୨୬, ହେଟାବାଘ ୮, ଓଧ ୬୩, ବଣବିରାଡି ୪, ଚିତାବିରାଡି ୧, ନେଉଳ ୨, ଝିଙ୍କ ୧୧, ଏହିପରି ମୋଟ୍ ୪୭୪୧ ବନ୍ୟଜନ୍ତୁ ଅଛନ୍ତି । ରାଜନଗର ରେଞ୍ଜ ଅଞ୍ଚଳରେ ହରିଣ ୮୦୯, ଜଙ୍ଗଲି ବାର୍ହା ୪୦୩, ହନୁମାଙ୍କଡ ୧୨, ବିଲୁଆ ୫୬, ପାତିମାଙ୍କଡ ୨୦୫, ମାଛରଙ୍କା ବିରାଡି ୪, ଓଧ ୧୩, ଝିଙ୍କ ୩, ନେଉଳ ୨, ମୋଟ୍ ୧୫୦୯ଟି ବନ୍ୟଜନ୍ତୁ ରହିଛନ୍ତି । ସେହିପରି ଗହୀରମଥା ରେଞ୍ଜ ଅଞ୍ଚଳରେ ହରିଣ ୧୮, ବାର୍ହା ୮୮, ପାତିମାଙ୍କଡ ୧୦୧, ବିଲୁଆ ୧୯ ମୋଟ୍ ୨୩୪ ବନ୍ୟଜନ୍ତୁ ରହିଛନ୍ତି । ମହାକାଳପଡା ରେଞ୍ଜ ଅଞ୍ଚଳରେ ହରିଣ ୨୧୮, ଜଙ୍ଗଲି ବାର୍ହା ୩୨୦, ପାତିମାଙ୍କଡ ୫୨୯, ବିଲୁଆ ୮୫, ମାଛରଙ୍କା ବିରାଡି ୧, ଓଧ ୧୦ ମୋଟ୍ ୧୧୬୩ ବନ୍ୟଜନ୍ତୁ ଥିବାବେଳେ କୁଜଙ୍ଗ ରେଞ୍ଜ ଅଞ୍ଚଳରେ ହରିଣ ୮୭, ଜଙ୍ଗଲି ବାରହା ୬୫, ହନୁମାଙ୍କଡ ୯, ପାତିମାଙ୍କଡ ୭୯, ବିଲୁଆ ୧୫୧, ହେଟାବାଘ ୨, ଓଧ ୩, ନେଉଳ ୩୨ , କୋକିଶିଆଳି ୨୮, ଠେକୁଆ ୨ଟି ଏହିପରି ମୋଟ୍ ୪୫୮ଟି ବନ୍ୟଜନ୍ତୁ ରହିଥିବା ଡି.ଏଫ୍.ଓ. ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons