ମାଲକାନଗିରି,(ବି.ବି.ନୁ୍ୟଜ୍): ଖଇରପୁଟ ବ୍ଲକର ଦୁର୍ଗମ ବଣ୍ଡାଘାଟିରେ ମାଓବାଦୀମାନେ କରିଛନ୍ତି ପ୍ରଜାମେଳି । ଆଦିମ ଜନଜାତି ବଣ୍ଡାମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କ ସମର୍ଥନ ହାସଲ କରିବା ପାଇଁ ପୂରା ଦମ୍ରେ ଲାଗି ପଡ଼ିଛନ୍ତି । ଏମିତିକି ବଣ୍ଡା ଯୁବକ ଯୁବତୀଙ୍କୁ ନିଜ ସଂଗଠନରେ ସାମିଲ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ନେଇ ଘାଟି ଉପରେ ରହୁଥିବା ଏହି ଜନଜାତିର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ସୂଚନାଥାଉକି, ମାଓଗଡ଼ ଭାବେ ଜଣାଶୁଣା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଉପରେ ସରକାର ଏବେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଏକାଧିକ ସମ୍ବେଦନଶୀଳ ଅଞ୍ଚଳରେ ପ୍ରତିÂା କରାଯାଇଛି ବିଏସ୍ଏଫ୍ କ୍ୟାମ୍ପ । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପଡୋଶୀ ରାଜ୍ୟର ଯବାନଙ୍କ ସହାୟତାରେ ମିଳିତ କମ୍ବିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୁଲିସ୍ ଜନସଂପର୍କ ଶିବିର କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି । ଗୁରୁପ୍ରି୍ର୍ରୟା ସେତୁ ଉଦ୍ଘାଟନ ପରଠୁ ଅପହଞ୍ଚ ଇଲାକାର ବିକାଶ ଆରମ୍ଭ ହୋଇଛି । ଚିତ୍ରକୋଣ୍ଡା ଦୁର୍ଗମ ଅଞ୍ଚଳର ଲୋକେ ଖୋଲାଖୋଲି ଭାବେ ମାଓବାଦୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ନିକଟରେ ଜଣେ ମାଓବାଦୀଙ୍କୁ ମିଳିତ ଆକ୍ରମଣ କରି ହତ୍ୟା କରିଛନ୍ତି । ଏଥିସହ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନଙ୍କ ବିକାଶରେ ଆଗକୁ ବାଧକ ସାଜିଲେ-କଡ଼ା ଜବାବ ଦେବେ । ମାଓବାଦୀଙ୍କୁ ଗାଁ ଭିତରେ ପୂରାଇ ଦେବେନି । ଗୋଟିଏ ପଟେ ତାତିଲେ ଆଦିବାସୀ, ଅନ୍ୟପଟେ ଜୋରଦାର ହେଲା କମ୍ବିଂ । ଏହାପରେ ମାଓବାଦୀମାନେ ଏବେ ବଣ୍ଡାଘାଟିକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି ।
କିଛିଦିନ ତଳେ ମୁଦୁଲିପଡ଼ା ବଣ୍ଡାଘାଟିରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ମାଓବାଦୀମାନେ ଛତ୍ରଭଙ୍ଗ ଦେବା ପରେ କ୍ୟାମ୍ପରୁ ପୁଲିସ ବିପୁଳ ସାମଗ୍ରୀ ଜବତ କରିଥିଲା । ଏହି ଘଟଣାପରେ ମାଓବାଦୀମାନେ ପୁଲିସର ମୁକାବିଲା ପାଇଁ ବଣ୍ଡାଘାଟିରେ ପ୍ରଜାମେଳି କରିଥିବା ଜଣାପଡିଛି । ପ୍ରଥମ କରି ଘାଟିରେ ଏଭଳି ପ୍ରଜାମେଳି ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ସଂପ୍ରଦାୟର ଲୋକେ । ଏହାର ମୁକାବିଲା ଲାଗି ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରିବା ଲାଗି ବିଭିନ୍ନ ମହଲରେ ଦାବି ହୋଇଛି ।
Comments are closed, but trackbacks and pingbacks are open.