ଖଇରପୁଟ,(ବି.ବି.ନୁ୍ୟଜ୍): ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟିରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ତା ନାଁ ଧନୁର୍ଜୟ ନାୟକ, ଘର କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ । ଅଭିଯୁକ୍ତ ଧନୁର୍ଜୟକୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଡିସେମ୍ବର ୨୯ ତାରିଖରେ ବଣ୍ଡାଘାଟି ବିଷୋଇଗୁଡ଼ାର ଭିନ୍ନକ୍ଷମ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଧନୁର୍ଜୟ ଘରେ ପଶି ତାଙ୍କୁ ବଳାକ୍ରାର କରିଥିଲା । ଏ ସମ୍ପର୍କରେ ପରିବାର ଲୋକେ ଗତ ୨ ତାରିଖରେ ମୁଦୁଲିପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଦଫା ୩୬୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୩ ତାରିଖରେ ନାବାଳିକାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଡାକ୍ତରୀ ମାଇନା କରାଇଥିଲା । ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଖଇରପୁଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତ ଧନୁର୍ଜୟର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ମୁଦୁଲିପଡା ଥାନା ଆଇଆଇସି ମାଧବ ବେହେରା ଏହି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.