କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଜଗଦୀଶ ନାଏକ ଏବେ ଟୋଲ ଗେଟ୍ କିପର ଭାବେ କାର୍ଯ୍ୟ କରୁଛନ୍ତି । ଏକଦା ରାଜନୀତିରେ ପାଦ ଥାପି ନରଣପୁର ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହେବା ପରେ ୨୦୦୦ ମସିହାରେ ସେ ଜାତୀୟ ରାଜନୈତିକ ଦଳ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ପରାଜୟ ପରେ ରାଜନୀତି ପ୍ରତି ଘୃଣା ଭାବେ ଜାତ ହୋଇଥିଲା । ଫଳରେ ହଳଦିଆଟାଙ୍ଗରୀ ନିକଟରେ ଥିବା ପୂର୍ତ୍ତବିଭାଗ ଟୋଲ ଆଦାୟ ଫାଟକରେ ଗେଟ୍ କିପର ଭାବେ କାର୍ଯ୍ୟ କରୁଛନ୍ତି । ଏକଦା ବିଧାୟକ ଭାବେ ନିର୍ବାଚିତ ହୋଇ କେନ୍ଦୁଝରରୁ ପ୍ରତିନିଧିତ୍ୱ ଆଶା ରଖିଥିବା ଏହି ଯୁବ ସଙ୍ଗଠକ ଜଗଦୀଶଙ୍କ ଜୀବନର ଗତିପଥ ବଦଳି ଯାଇଛି । ଜଣେ ନିର୍ବାଚିତ ଲୋକପ୍ରତିନିଧି ତଥା ଏକ ଜାତୀୟ ଦଳର ବିଧାୟକ ପ୍ରାର୍ଥୀ ହେବା ପରେ ଭବିଷ୍ୟତ ଗଢ଼ିବା ପାଇଁ ଗେଟ୍ କିପର ପଦବିର କାର୍ଯ୍ୟ କରିବା ଜଗଦୀଶ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ଛାତ୍ର ଜୀବନରୁ ନେତୃତ୍ୱ ନେବାର ଅଭିଳାଷ ଜଗଦୀଶଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସହାୟକ ହୋଇପାରିଥିଲା । ନରଣପୁର ଭଳି ଏକ ସମେତବଦନଶୀଳ ପଞ୍ଚାୟତରେ ସେ ସମିତିସଭ୍ୟ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଫଳରେ ରାଜ୍ୟ ହାଇକମାଣ୍ଡଙ୍କ ଶୁଭଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା । କେନ୍ଦୁଝର ଜିଲ୍ଲାରେ କଂଗ୍ରେସର ଦବ୍ଦବା ଥିବା ସମୟରେ ୨୦୦୦ ମସିହାରେ ସେ କେନ୍ଦୁଝର ଆସନରୁ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ବିଜେଡି ଓ ବିଜେପି ମେଣ୍ଟ ଯୋଗୁ ମୋହନ ଚରଣ ମାଝୀ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ସହିତ ବିଜେଡି ବିଜେପି ମେଣ୍ଟର ପ୍ରାର୍ଥୀଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମେଣ୍ଟ ପ୍ରାର୍ଥୀ ୫୧୪୪୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ନାଏକ ୨୯୨୮୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ନିର୍ବାଚନରେ ପରାଜୟ ପରେ ଜଗଦୀଶ ଯେଉଁ ଉଦେ୍ଧଶ୍ୟ ରଖି ରାଜନୀତିରେ ପାଦ ଥାପିଥିଲେ ତାହା ସଫଳ ନହେବାରୁ ବିତୃଷ୍ଣା ଭାବେ ଜାତ ହୋଇଥିଲା । ଫଳରେ ରାଜନୀତି ଠାରୁ ଦୂରେଇ ଯିବା ପରେ ପ୍ରାୟ ୫ ବର୍ଷ ତଳେ ଟୋଲ ଗେଟ୍ କିପର ଭାବେ ନିୟୋଜିତ ରହିଛନ୍ତି । ଜଗଦୀଶଙ୍କ କହିବା ଅନୁଯାୟୀ କୌଣସି କାମକୁ ନୁ୍ୟନ ବୋଲି ଭାବିବା ଉଚିତ ନୁହେଁ । ମଣିଷର ଭାଗ୍ୟ କାହାକୁ କେତେ ବେଳେ କେଉଁ ସ୍ଥାନରେ ପହଞ୍ଚାଇବ କେହି ଜାଣିନଥାନ୍ତି । ତେବେ ଯେତେବେଳେ ଯେଉଁ କର୍ମ ମିଳିବ ତାକୁ ସୂଚାରୂ ରୂପେ ସମ୍ପାଦନ କରିବା ହେଉଛି ଭଗବାନର ନିଦେ୍ର୍ଧଶ । ତେଣୁ ରାଜନୀତିରେ ଅସଫଳ ହେବା ପରେ ସେ ବିଚଳିତ ହୋଇପଡିନାହାନ୍ତି । ଈଶ୍ୱରଙ୍କ ନିଦେ୍ର୍ଧଶରେ ଏହି କାମ ତାଙ୍କୁ ମିଳିଥିବାରୁ ସଫଳତାର ସହିତ କର୍ମ କରି ଚାଲିଛନ୍ତି ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.