ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀ ବାସେଳି ସାହି ଥାନା ହାଜତ ମୃତୁ୍ୟ ନେଇ ତମ୍ବି ତୋଫାନ ଚାଲିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) ବଦଳିଛନ୍ତି । ପୁରୀ ଏସ୍ପି ଅଖିଳେଶ୍ୱର ସିଂହଙ୍କୁ ପୁଲିସ ହେଡ୍କ୍ୱାର୍ଟର ଏସ୍ପି ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଡକ୍ଟର କନୱର ବିଶାଲ ସିଂହଙ୍କୁ ପୁରୀ ଏସ୍ପି ଭାବେ ନିଯୁକ୍ତ କରାଯାଇଛି । ସେ ସମ୍ବଲପୁର ଏସ୍ପି ଥିଲେ ।
ପୁରୀ ବାସେଳି ସାହି ଥାନାରେ ଗତ ବୁଧବାର ରାତିରେ କେ.ରମେଶ ନାମକ ଜଣେ ଯୁବକକୁ ପୁଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ପୁରୀରୁ ରାଜଧାନୀ ଯାଏଁ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ରାସ୍ତାକୁ ଓହ୍ଲାଇଥିଲେ । ବିଧାନସଭାରେ ବି ଏହାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା । ସନ୍ଧ୍ୟାରେ ସରକାର ପୁରୀ ଏସପିଙ୍କୁ ବଦଳି କରିଛନ୍ତି । ବାସେଳିସାହି ଥାନାର ଏସ୍ଆଇ ବିପ୍ଲବ ପ୍ରଧାନ, କନଷ୍ଟେବଳ ଜଗନ୍ନାଥ ସ୍ୱାଇଁ, ବାବୁଲି ବେହେରାଙ୍କୁ ସସପେଣ୍ଡ କରାଯାଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ପୁଲିସ ଡିଜି ସସପେଣ୍ଡ କରିଛନ୍ତି । ଏହି ଥାନା ଅଞ୍ଚଳରେ ହାଜତ ମୃତୁ୍ୟ ପରେ ଗୁରୁବାର ତୁମୁଳ କାଣ୍ଡ ଘଟିଥିଲା । କର୍ତ୍ତବ୍ୟରେ ତ୍ରୁଟି ଓ ଠିକ୍ ଭାବେ ଦାୟିତ୍ୱ ତୁଲାଇ ନ ଥିବାରୁ ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି ବୋଲି ଡିଜି ଟ୍ୱିଟ୍ରେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.