ବଦଳିଲେ ମନୀଷ କୁମାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ହତ୍ୟା ମାମଲା ରୁଜୁ ପରେ ଜିଲ୍ଲାପାଳ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ନୂତନ ଜିଲ୍ଲାପାଳ ଭାବେ ଡ. ୱାଇ ବିଜୟଙ୍କୁ ନିଯୁକ୍ତି ଦିଆଯାଇଛି । ମନୀଷ କୁମାରଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ଉପସଚିବ ଭାବେ ଅବସ୍ଥାପିତ କରାଯାଇଛି । ସ୍ଥାନୀୟ ଏସ୍ଡିଜେଏମ କୋର୍ଟଙ୍କ ନିଦେ୍ର୍ଧଶରେ ଗତ ରବିବାର ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ସୋମବାର ସକାଳେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଓରେଡା ରାଜ୍ୟ ମୁଖ୍ୟ ନିର୍ବାହୀ ଶ୍ରୀ ବିଜୟଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।
ସୂଚନାଥାଉକି, ନିଜ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତୁ୍ୟକୁ ନେଇ ମନୀଷ କୁମାରଙ୍କ ବିରୋଧରେ ମାଲକାନଗିରି ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ ଜଣ କର୍ମଚାରୀଙ୍କ ନାମ ମଧ୍ୟ ରହିଛି । ଗତ ଡିସେମ୍ବର ୨୭ରେ ଦେବନାରାୟଣ ଘରୁ ନିଖୋଜ ହୋଇଯାଇଥିଲେ । ପରଦିନ ସ୍ଥାନୀୟ ସତୀଗୁଡା ଜଳଭଣ୍ଡାରରୁ ସନେ୍ଦହଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିଲା । କିନ୍ତୁ ଏହାକୁ ହତ୍ୟାକାଣ୍ଡ ବୋଲି ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଦର୍ଶାଇଥିଲେ । ମନୀଷ କୁମାର ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ତିନିଜଣ କର୍ମଚାରୀଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ । ସେତେବେଳେ ତଦନ୍ତରେ ବିଳମ୍ବ ହେବାରୁ ଜିଲ୍ଲା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ମନୀଷ କୁମାରଙ୍କୁ ଗିରଫ କରାଯାଉ ବୋଲି ଦାବି କରି କୁଶ ପୁତ୍ତଳିକା ଦାହ କରିବା ସହ ଧାରଣାରେ ବସିଥିଲେ । ପରେ ବନଜା ଏହାକୁ ନେଇ ମାଲକାନଗିରି ଏସଡିଜେଏମ କୋର୍ଟରେ ଗତ ସପ୍ତାହରେ ଅଭିଯୋଗ କରିଥିଲେ । ମନୀଷ କୁମାର ଓ ତାଙ୍କ କାର୍ଯ୍ୟାଳୟର ଭି. ବେଣୁ, ପି.କେ ସ୍ୱାଇଁ, ବି. ପାଣିଗ୍ରାହୀଙ୍କୁ ଦେବନାରାୟଣଙ୍କ ମୃତୁ୍ୟ ପାଇଁ ଦାୟୀ ବୋଲି କୁହାଯାଇଥିଲା । ଅଦାଲତ ମାମଲାଟିକୁ ଗ୍ରହଣ କରି ମାଲକାନଗିରି ଥାନା ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ଆସନ୍ତା ୨୪ ତାରିଖ ସୁଦ୍ଧା ମାମଲାର ବିବରଣୀ ଦାଖଲ କରିବାକୁ କହିଥିଲେ । ଅଦାଲତଙ୍କ ନିଦେ୍ର୍ଧଶରେ ଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀଙ୍କ ନାମରେ ସେrନ ୩୦୨/୫୦୬/୧୨୦ ବି / ୩୪ ଦଫାରେ ମାମଲା ରୁଜୁ ହୋଇଛି ।
ଏକ ଭିଡିଓ ବାର୍ତ୍ତାରେ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝି କହିଛନ୍ତି, ଦେବନାରାୟଣଙ୍କ ମୃତଦେହ ରହସ୍ୟଜନକ ଅବସ୍ଥାରେ ସତୀଗୁଡା ଜଳଭଣ୍ଡାରରୁ ମିଳିଥିଲା । ଏହି ମାମଲାର ବିଧିବଦ୍ଧ ତଦନ୍ତ ହେବା ଦରକାର । ସରକାରୀ କର୍ମଚାରୀଙ୍କ ମୃତୁ୍ୟ ଘଟଣାର ତଦନ୍ତ ଠିକ୍ ଭାବେ କରାଯାଉନାହିଁ । ଏପରିସ୍ଥଳେ, ସାଧାରଣ ନାଗରିକ ଜିଲ୍ଲା ଓ ପୁଲିସ ପ୍ରଶାସନଠାରୁ କିପରି ନ୍ୟାୟ ପାଇବେ ତାହା ଜଣାପଡୁଛି । ମନୀଷ କୁମାରଙ୍କ ବଦଳି ବିଳମ୍ବ ହେଲେ ବି ଜିଲ୍ଲାବାସୀଙ୍କ ଜୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons