ଭଞ୍ଜନଗର, (ବି.ବି.ନୁ୍ୟଜ୍): ଭଞ୍ଜନଗରରେ ବଧୂହତ୍ୟା ଅଭିଯୋଗ । ଏହି ଥାନା ଅନ୍ତର୍ଗତ ଭଞ୍ଜନଗର ସହରର ବଡ଼ ତୋଟା ସାହିରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ ହୋଇଛି । ହତ୍ୟା ପରେ ଅତ୍ୟନ୍ତ ତରବରିଆ ଭାବେ ପୋଡ଼ି ଦିଆଯାଇଥିବା ମୃତାଙ୍କ ଭାଇ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ଥାନା କେସ୍ ୩୫୯/୧୯ ଆଇପିସି ଧାରା ୪୯୮(ଏ), ୩୦୪(ବି), ୩୦୨, ୫୦୬, ୩୪ ପ୍ରକାରେ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମାମଲା ରୁଜୁ ହେବା ଖବର ଜଣାପଡ଼ିବା ପରେ ରଣଜିତଙ୍କ ପରିବାର ଫେରାର ହୋଇଯାଇଥିବା ପୁଲିସ କହିଛି । ସାଇଣ୍ଟଫିକ୍ ଟିମ୍ ସହ ମଶାଣିରୁ ହାଡ଼ ପାଉଁଶ ଜବତ କରିଛି ପୁଲିସ ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ପୋଲସରାର ଗୌତମ ନାହାକଙ୍କ ଭଉଣୀ ଆରତି ନାହାକଙ୍କ ସହ ଭଞ୍ଜନଗର ବଡ଼ ତୋଟାସାହିର ରଣଜିତ ନାହାକଙ୍କ ବିବାହ ଗତ ୬ବର୍ଷ ତଳେ ହୋଇଥିଲା । ବିବାହର କିଛି ମାସ ପରେ ରଣଜିତଙ୍କ ପରିବାର ଅଧିକ ଯୌତୁକ ଆଶାରେ ଆରତିଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗତ ୧୬ ତାରିଖରେ ଆରତିଙ୍କୁ ସ୍ୱାମୀ ରଣଜିତ୍ ନାହାକଙ୍କ ସମେତ ଶାଶୂ, ଶ୍ୱଶୁର ଓ ପରିବାର ଅନ୍ୟ ସଦସ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହିଦିନ ଅପରାହ୍ନ ୪ଟାରେ କାହାରିକୁ ଖବର ନଦେଇ ମଶାଣିକୁ ନେଇ ପୋଡ଼ି ଦେଇଥିଲେ । ଖବର ପାଇ ଆରତିଙ୍କ ଭାଇ ରଣଜିତ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ ।
Comments are closed, but trackbacks and pingbacks are open.