ବନବିଭାଗ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

Get real time updates directly on you device, subscribe now.

ମନମୁଣ୍ଡା: ଜନ ଆକ୍ରୋଶର ଶିକାର ହେଲେ ବନ ଅଧିକାରୀ । ଏହି ଘଟଣାଟି ଆଜି କଣ୍ଟାମାଳ ରେଞ୍ଜ ଲମ୍ବସରୀ ପଞ୍ଚାୟତ ପିଣ୍ଡାପଦର ଛକ ଠାରେ ଘଟିଛି ।
ସୂଚନାମତେ ଆଜି ଚତୁର୍ଥ ଶନିବାର ଛୁଟି ଥିବା ବେଳେ କଣ୍ଟାମାଳ ବନଖଣ୍ଡ ଅନ୍ତର୍ଗତ ଲାଖ ପର୍ବତ ଠାରେ ବନ ବିଭାଗ ଅଧିକାରୀମାନେ ଭୋଜି ଆୟୋଜନ କରିଥିଲେ । ଏହି ସମୟରେ ପୂର୍ବରୁ ଖବରପାଇ ପିଣ୍ଡାପଦର ଓ ଜାମୁଖାଲ୍ ଗ୍ରାମବାସୀ ଅଧିକାରୀମାନଙ୍କୁ ଅଟକାଇ ରାସ୍ତାକାମ ସଂପର୍କରେ ପଚାରି ବୁଝିଥିଲେ । ବଡ଼ଝାରମୁଣ୍ଡାରୁ ପିଣ୍ଡାପଦରକୁ ଯାଇଥିବା ବନ ବିଭାଗ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ହେବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର କରି ସାରିଛି କିନ୍ତୁ ବନବିଭାଗ ଠାରୁ ଅନୁମତି ମିଳୁ ନଥିବା ହେତୁ ରାସ୍ତା କାମ ଅଟକି ରହିଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମରେ ପଲ୍ଲୀସଭା କରି କଣ୍ଟାମାଳ ରେଞ୍ଜରଙ୍କୁ ବହୁ ପୂର୍ବରୁ ଦାବି ପ୍ରଦାନ କରିଥିଲେ ମଧ୍ୟ ରେଞ୍ଜର ଦୁର୍ବ୍ୟବହାର କରିଥିବା ଯୋଗୁଁ ଉଭୟ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ରହିଥିଲା । ଫଳରେ ଭୋଜିକୁ ବରିÂ ଅଧିକାରୀ ମାନେ ଆସିଥିବା ଖବରପାଇ ଉକ୍ତ ଛକରେ ଗୁହାରୀ କରିବାକୁ ଅପେକ୍ଷା କରିଥିଲେ । ତିନି ଏସିଏଫ ଓ କଣ୍ଟାମାଳ ରେଞ୍ଜ ଅଫିସର୍, ଫରେଷ୍ଟରଙ୍କୁ ଲୋକେ ଅଟକାଇଥିଲେ । ଏସିଏଫ ରାଜେନ୍ଦ୍ର ଗୋଛାୟତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଆସିନଥିବା କହିଥିଲେ । ସେଭଳି ନିର୍ଦ୍ଧିଷ୍ଟ ପ୍ରସ୍ତାବ ଆସିଲେ ବିଭାଗ ତରଫରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।
ଆଜି କଣ୍ଟାମାଲ ରେଞ୍ଜ ତରଫରୁ ୨ ଟି ଖତ ବୋଝାଇ ଟ୍ରାକ୍ଟର ଜବତ ସହ ୩ ଜଣଙ୍କୁ ଅଟକ ରଖାଯାଇଥିଲା । ଉକ୍ତ ଟ୍ରାକ୍ଟର ଓ ୩ ଜଣ ଅଟକ ବ୍ୟକ୍ତିଙ୍କୁ ଛାଡିଲେ ଏସିଏଫ୍ଙ୍କୁ ଛଡ଼ାଯିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ । ଉକ୍ତ ଖତ ଧାନଚାଷ ପାଇଁ ବିଲକୁ ନେଉଥିବା ବିଭାଗ ତଦନ୍ତ କରି ଜାଣିବାକୁ ପାଇଥିଲା । ପରେ ଉକ୍ତ ଟ୍ରାକ୍ଟର ଓ ୩ ଅଟକ ବ୍ୟକ୍ତିଙ୍କୁ ଛାଡି ଦେଇଥିଲେ । ପ୍ରାୟ ଘଣ୍ଟାଏ ସମୟ ଧରି ଲୋକେ ବାକ୍ ବିତଣ୍ଡା କରିଥିଲେ । ଶେଷରେ ଗ୍ରାମବାସୀ ଏସିଏଫ ଗୋଛାୟତ ଓ ଅନ୍ୟ ବନ କର୍ମଚାରୀଙ୍କୁ ଛାଡି ଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons