
ବାରିପଦା,(ବି.ବି.ନୁ୍ୟଜ): ମହୁଲ ଫୁଲ ସଂଗ୍ରହ ଅଭିଯାନ ପାଲଟିଛି ଜଙ୍ଗଲ ଓ ଜୀବଜନ୍ତୁଙ୍କ ପାଇଁ କାଳ । ମହୁଲ ଫୁଲ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରୁଥିବା ବନବାସୀମାନେ ଶିମିଳିପାଳ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ଲଗାଇବା କାରଣରୁ ଉତ୍ତର ଓଡ଼ିଶାର ଫୁସଫୁସ୍ କୁହାଯାଉଥିବା ଶମିଳିପାଳ ଜୈବ ମଣ୍ଡଳ ଏବେ ନିଆଁର ଆଁରେ ହୁ ହୁ ହୋଇ ଜଳୁଛି । ମନୁଷ୍ୟକୃତ ଅଗ୍ନିକାଣ୍ଡ ଯୋଗୁଁ ଚିର ସବୁଜ ଶିମିଳିପାଳର ଜଙ୍ଗଲ ଓ ବନ୍ୟଜନ୍ତୁ ତ୍ରାହି ତ୍ରାହି ଡାକୁଥିବା ବେଳେ ଜଳି ପୋଡ଼ି ନଷ୍ଟ ହୋଇଯାଉଛି ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ଓ ଗୁଳ୍ମ । ଖାଲି ସେତିକିି ନୁହେଁ ଜଙ୍ଗଲୀ ଜନ୍ତୁ ବିଶେଷ କରି ସରୀସୃପମାନଙ୍କ ପାଇଁ ଜଙ୍ଗଲ ନିଆଁ ମୃତୁ୍ୟର କାରଣ ପାଲଟିଛି । ଭୌଗୋଳିକ ଦୃଷ୍ଟି କୋଣରୁ ଶିମିଳିପାଳ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରର ଜଳବାୟୁ ଓ ପାଣିପାଗକୁ ନିୟନ୍ତ୍ରିତ କରୁଥିବାବେଳେ ବାଡ଼ବାଗ୍ନି ଯୋଗୁଁ ଏବେ ଗ୍ରୀଷ୍ମ ଲହରୀର ତାଣ୍ଡବ ଅନୁଭୁତ ହେଉଛି । ମାର୍ଚ୍ଚ ୧ତାରିଖରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରହିବା ଏହାର ସିଧା ସଳଖ ପ୍ରଭାବ ବୋଲି କୁହାଯାଇପାରେ । ଖାଲି ଶିମିଳିପାଳ ଜୈବ ମଣ୍ଡଳ କାହିଁକି ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲରେ ଏବେ ମନୁଷ୍ୟକୃତ ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ସବୁଜ ବନାନୀ ଜଳିପୋଡ଼ି ଏବେ ଧ୍ୱସ୍ତବିଧ୍ୱସ୍ତ । ବିଭିନ୍ନ ସୋସିଆଲ ମିଡିଆରେ ଶିମିଳିପାଳ ଜଳୁଥିବା ସଂପର୍କରେ ଖବର ପାଇ ତୁରନ୍ତ କାର୍ଯ୍ୟାନୁÂାନ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ତୁରନ୍ତ କାର୍ଯ୍ୟାନୁÂାନ ନେବାକୁ ନିବେଦନ କରିଛନ୍ତି । ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଖୁବ୍ ଶୀଘ୍ର କାର୍ଯ୍ୟାନୁÂାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ପ୍ରକାଶ କରିଛନ୍ତି । ଘଟଣାରେ ପିସିସି ସଭାପତି ନିରଞ୍ଜନ ପ;ନାୟକ ଉଦବେଗ୍ ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ନେଇ ପ୍ରସ୍ତାବିତ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ବିଶ୍ୱର ସର୍ବବୃହତ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ତଥା ବିସ୍ତ୍ୃତ ଶିମିଳିପାଳ ଜୈବ ମଣ୍ଡଳ ଅବସ୍ଥିତ । ଭୌଗୋଳିକ ଦୃଷ୍ଟି କୋଣରୁ ଶିମିଳିପାଳ ଜୈବ ମଣ୍ଡଳ ମହାନଦୀ ପର୍ବାଞ୍ଚଳ ଏବଂ ଛୋଟନାଗପୁର ଅଞ୍ଚଳକୁ ନେଇ ଶିମିଳିପାଳ ଜୈବ ମଣ୍ଡଳ ଗଠିତ । ଶିମିଳିପାଳରେ ଅଧିକ ସଂଖ୍ୟାରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖା ଯାଉଥିବାରୁ ଶୀତଋତୁରେ ଗଛଗୁଡ଼ିକ ପତ୍ର ଝଡ଼ା ଦିଅନ୍ତି । ଫଳରେ ଜଙ୍ଗଲ ସାରା ଥୁଣ୍ଟା ଗଛ ଦେଖା ଯାଉଥିବାବେଳେ ଗଛ ତଳେ ବହଳିଆ ହୋଇ ପତ୍ର ପଡ଼ିଥାଏ । ତେଣୁ ମହୁଲ ଫୁଲ ସଂଗ୍ରହରେ ବନବାସୀଙ୍କୁ ଅସୁବିଧା ହେଉଥିବାରୁ ସେମାନେ ଗଛ ମୂଳ ସଫା କରିବାକୁ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି । ବେଳେ ବେଳେ ଜଙ୍ଗଲ ମାଫିଆମାନେ ମଧ୍ୟ ଜଙ୍ଗଲ ଲୁଟ୍ ଉଦେ୍ଧଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କେତେକ ଶିକାରୀ ଶିକାର ଉଦେ୍ଧଶ୍ୟରେ ମଧ୍ୟ ଜଙ୍ଗଲରେ ନିଆଁ ଲଗାନ୍ତି । ଏହାଛଡ଼ା ବେଳେ ବେଳେ ଜଙ୍ଗଲରେ ପଥରକୁ ପଥର, କାଠକୁ କାଠ ଘସି ହୋଇ କିମ୍ବା ପ୍ରାକୃତିକ ଉପାୟରେ ବିଜୁଳି ଯୋଗୁଁ ଜଙ୍ଗଲରେ ନିଆଁ ଲାଗେ ।


Comments are closed, but trackbacks and pingbacks are open.