ବନେ୍ଦ ଉକ୍ରଳ ଗାନ ପାଇଁ ସଯୋଗ ଲୋଡ଼ିଲେ ନବୀନ: ବିଜେପିର ସ୍ୱାଗତ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ଆସନ୍ତା ୩୦ ତାରିଖ ଅପରାହ୍ନ ସାଢେ଼ ୫ଟାରେ ବନେ୍ଦ ଉତକ୍ଳ ସଙ୍ଗୀତ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ଏନେଇ ପ୍ରମୁଖ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଦଳର ନେତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିବା ବେଳେ ବନେ୍ଦ ଉକ୍ରଳ ସଂଗୀତ ଗାନକୁ ରାଜ୍ୟ ବିଜେପି ସ୍ୱାଗତ କରିଛି । କିନ୍ତୁ କୋଶଳ ସମନ୍ୱୟ ସମିତି ସିଧାସଳଖ ବିରୋଧ କରିଛି୍ୱ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଏମ୍ ରାଜ୍ୟ ସଭାପତି ଅଳି ପଟ୍ଟନାୟଙ୍କ ସହ ଟେଲିଫୋନରେ ଆଲୋଚନା କରି କରୋନା ଯୋଦ୍ଧାଙ୍କୁ ସମ୍ମାନରେ ଆସନ୍ତା ୩୦ ତାରିଖ ଅପରାହ୍ନ ସାଢେ଼ ୫ଟାରେ ବନେ୍ଦ ଉକ୍ରଳଜନନୀ ସଂଗୀତ ଗାନ କରିବାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏହି ସମୟରେ ଏକକାଳୀନ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଯେଭଳି ଗାଇବେ ସେଥିପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ନିମନ୍ତେ ଅନୁରୋଧ କରିଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ. କରୋନା ଯୋଦ୍ଧାଙ୍କ ସମ୍ମାନରେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସେ ସ୍ୱାଗତ କରିବା ସହ ନିଜ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏକ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଓ ଭାରତବର୍ଷ ଏକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଣ୍ଟଘଣ୍ଟା ଓ ଥାଳି ବଜାଇବା ସହ ଦୀପ ଜାଳିବାକୁ ଆହ୍ୱାନ କରିଥିଲେ । ସାରା ଦେଶ ଏହି ଆହ୍ୱାନରେ ଏକ ହୋଇ ଠିଆ ହୋଇଥିଲା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କୋଶଳସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଅପିଲକୁ ସିଧଳସଳଖ ବିରୋଧ କରିଛନ୍ତି । ବନେ୍ଦ ଉକ୍ରଳ ଜନନୀ ପରିବର୍ତ୍ତେ ଜାତୀୟ ସଂଗୀତ ଗାନ କରିବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ବନେ୍ଦ ଉକ୍ରଳ ଜନନୀ ସମ୍ବିଧାନ ସ୍ୱିକୃତ ପ୍ରାଦେଶିକ ସଂଗୀତ ନୁହେଁ । ରାଜନୀତିକ ଦୃଷ୍ଟିରୁ ସ୍ୱତନ୍ତ୍ର ଓଡ଼ିଶା ଭୂଖଣ୍ଡ ଗଠନବେଳେ ୩ଟି ଭିନ୍ନ ଭିନ୍ନ ସାଂସ୍କୃତିକ ଭୂଖଣ୍ଡ ଉକ୍ରଳ , କଳିଙ୍ଗ ଓ କୋଶଳକୁ ମିଶାଇ ଦିଆଗଲା । ଉକ୍ରଳକୁ ଗୁରୁତ୍ୱ ଦିଆଯାଇ ଅନ୍ୟସବୁ ଅଞ୍ଚଳକୁ ଚାପି ଦିଆଯାଇଥିବାରୁ ସମ୍ବିଧାନ -୩ ଅନୁସାରେ ସ୍ୱତନ୍ତ୍ର କୋଲ ପ୍ରଦେଶ ପାଇଁ ଦାବି କରୁଛି । ତେବେ ଏଭଳି ସମୟରେ ବନେ୍ଦ ଉକ୍ରଳ ସଂଗୀତ ଗାନ କରିବା ଆମ ଅଞ୍ଚଳ ପାଇଁ ଗ୍ରହଣୀୟ ନୁହେଁ । ଉପକୂଳ ଓଡ଼ିଶାର ଲୋକମାନେ ଏହି ସଂଗୀତ ଗାନ କରନ୍ତୁ । କିନ୍ତୁ କୋଲର ପ୍ରାୟ ୨ କୋଟି ଲୋକ ବନେ୍ଦ ଉକ୍ରଳ ଜନନୀ ପରିବେର୍ତ୍ତ ସେହି ସମୟରେ ଜାତୀୟ ସଂଗୀତ ଗାନ କରି ଶେଷର ଜୟ କୋଲ କହିବାକୁ ସେ ଆହ୍ୱାନ ଦେଇଛନ୍ତି । କରୋନାକୁ ନେଇ ଏବେ ପ୍ରଚାରରବସ ଯୁଦ୍ଧ ଚାଲିଛି ଓ ଏଭଳି ସମୟରେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାଇବାକୁ ବାଧ୍ୟ କରାଯିବା କୋଶଳବାସୀଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯ୍ୟାତନା ବୋଳି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons