ବନ୍ତରୁ ବ୍ରାଉନସୁଗର ୧୧ ଗ୍ରାମ ଜବତ୍, ଜଣେ ଗିରଫ

Get real time updates directly on you device, subscribe now.

ବନ୍ତ,(ବି.ବି.ନୁ୍ୟଜ): ବନ୍ତ ପୁଲିସ ୧୧ ଗ୍ରାମ୍ ବ୍ରାଉନ୍ସୁଗର୍ ଜବତ୍ କରିବା ସହ ଜଣେ ବ୍ରାଉନ୍ସୁଗର ବେପାରୀଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଛି । ଗୁରୁବାର ରାତିରେ ବନ୍ତ ପୁଲିସ ଛୟାଳସିଂ ପଞ୍ଚାୟତ ଅଫିସ ପଛପଟେ ଚଢ଼ଉ କରିଥିଲା । ବ୍ରାଉନ୍ସୁଗର ବିକ୍ରି କରୁଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାସିନପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ(୩୫)ଙ୍କ କାବୁ କରିଥିଲା । ତା ପକେଟରୁ ୧୧ ଗ୍ରାମ୍ ବ୍ରାଉନ୍ସୁଗର ପୁଲିସ ଜବତ୍ କରିଥିଲା । ଏନେଇ ବନ୍ତ ଥାନାରେ ୭/୨୧ନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons