ନୂଆଦିଲ୍ଲୀ: ବନ୍ଦ କାରରେ ଦୁଇଜଣଙ୍କ ମୃତ ଦେହ। ଜଣେ ପୁରୁଷ ଓ ଜଣେ ମହିଳା। କିନ୍ତୁ ନୁହନ୍ତି ସ୍ବାମୀ – ସ୍ତ୍ରୀ। ଦିଲ୍ଲୀର ରୋହଣୀ ସେକ୍ଟର-୧୫ରେ ଏକ କାର ଭିତରେ ଦୁଇଟି ମୃତ ଦେହ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ନିର୍ବାଣ ହସ୍ପିଟାଲର ମାଲିକ ଡାକ୍ତର ଓମ୍ ପ୍ରକାଶ କୁକ୍ରେଜ ଏବଂ ହସ୍ପିଟାଲ ଆଡମିନ୍ ଇନ୍ଚାର୍ଜ ସୁତ୍ପା ମୁଖାର୍ଜୀଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡର କାରଣ କଣ? ଏ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ୬୨ ବର୍ଷ ବୟସ୍କ ଡାକ୍ତର କୁକ୍ରେଜ ଓ ସୁତ୍ପାଙ୍କ ମଧ୍ୟରେ ଅବୈଧ ସଂପର୍କ ଥିବା କଥା ମଧ୍ୟ କୁହାଯାଉଛି। କିନ୍ତୁ ଏହି ଘଟଣାରେ ପୋଲିସର ତଦନ୍ତ ବାଟବଣା ହୋଇଛି।
ଡାକ୍ତର ଓମ୍ ପ୍ରକାଶ କୁକ୍ରେଜଙ୍କ ଛାତିରେ ୨ଟି ଏବଂ ଡାକ୍ତର ସୁତ୍ପାଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିଲା। ମୃତ ଓମ ପ୍ରକାଶଙ୍କ ଆପାର୍ଟମେଣ୍ଟର କିଛି ଦୂରରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦେଇଛି। ପୋଲିସର ସୂଚନା ଅନୁସାରେ ଏହି ଦୁଇଜଣଙ୍କର କାହା ସହ ଶତ୍ରୁତା ନ ଥିଲା। ଦୀର୍ଘ ୨୦ ବର୍ଷ ଧରି ଦୁଇଜଣ ଏକାସାଙ୍ଗରେ କାମ କରୁଥିଲେ। ହସ୍ପିଟାଲ ସହ ଜଡିତ କିଛି କାମକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ବଚସା ହେଉଥିଲା। ଏପରିକି ରାସ୍ତାରେ ଉପରେ ଡାକ୍ତର ଓ ତାଙ୍କ ମହିଳା କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣେ ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି।
ଏହି ଘଟଣାରେ ପୋଲିସର ତଦନ୍ତ ବାଟବଣା ହୋଇଛି। ଏମାନଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର କାରଣ ଏବେ ପୋଲିସ ଖୋଜୁଛି। ଡାକ୍ତର ଓମ୍ ପ୍ରକାଶ ମହିଳା କର୍ମଚାରୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି ଆତ୍ମହତ୍ୟା କରି ନାହାନ୍ତି ତ? ମହିଳା କର୍ମଚାରୀ ସତ୍ପା ମୁଖାର୍ଜୀ ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ କି? ମହିଳା କର୍ମଚାରୀ ଡାକ୍ତର କୁକ୍ରେଜଙ୍କୁ ବ୍ଲାକମେଲିଂ କରୁଥିଲେ କି? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି। ଏହି ସବୁ ଦିଗକୁ ଲକ୍ଷ୍ୟକରି ପୋଲିସ ତଦନ୍ତ ଜାର ରଖିଛି।
Comments are closed, but trackbacks and pingbacks are open.