ଛତିଶଗଡ଼: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ବନ୍ଦ କୋଠରୀରୁ ମହିଳାଙ୍କ ଅଧାଜଳା ଶବକୁ ପୋଲିସ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଘଟଣା ସମୟରେ ମହିଳା ଘରେ ଏକୁଟିଆ ଥିଲେ। ପୋଲିସର ସୂଚନା ଅନୁସାରେ ରୁମ ଭିତର ପଟୁ ଲକ୍ ଥିବା ସମୟରେ ଏଭଳି ଘଟଣା ଘଟିଛି। ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଛତିଶଗଡ଼ର ଧମତରୀର ବେରଲ ଅଞ୍ଚଳରେ ଏଭଳି ଅବଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ମୃତକ ମହିଳା ବାସନ୍ତି ପ୍ରଜାପତି ନିଜ ପିଲାଙ୍କ ସହ ସିହାଓ୍ବା ଗାଁରେ ରହୁଥିଲେ। ଗତ ରାତିରେ ତାଙ୍କର ଦୁଇଜଣ ପିଲା ସଂପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ପିଲାମାନେ ସଂପର୍କୀୟଙ୍କ ଘରକୁ ଯିବାର କିଛି ସମୟ ପରେ ହଠାତ୍ ଘର ଭିତରୁ ନିଆଁ ଜଳି ଉଠିଥିଲା। ସ୍ଥାନୀୟ ଲୋକ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଥିଲେ। ଏହି ନିଆଁରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ବାସନ୍ତି ନିଜେ ନିଜ ଦେହରେ ନିଆଁ ଲଗାଇଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
Comments are closed, but trackbacks and pingbacks are open.