ମନମୁଣ୍ଡା,(ବି.ବି.ନୁ୍ୟଜ): ରାତି ଅଧିଆ ଘରେ ପଶିଲେ । ଦୁଇଦୁଇଟି ତାଲା ବି ଭାଙ୍ଗିଲେ ଶୋଇବା ଘରେ ପଶିଲେ । ହାତରେ ଥିଲା ବନ୍ଧୁକ, କାତି, ରଡ଼ ଭଳି ମାରଣାସ୍ତ୍ର । ଗୃହକର୍ତ୍ତା ଓ ତାଙ୍କ ପତ୍ନୀଙ୍କ ବେକରେ କାତି ରଖି ସୁନା ଗହଣା ଓ ଗଦରେଜ୍ ଚାବି କେଉଁଠି ରଖିଛ ବୋଲି ପଚାରିଲେ । ଆହତ ମହିଳାଙ୍କୁ ଉଠିବାରେ ସହାୟତା କଲେ । ଘରୁ ହାରାହାରି ସାଢେ଼ ୮ ଲକ୍ଷ ଟଙ୍କା ସୁନା ଗହଣା ଓ ନଗଦ ନେଇଗଲେ । ମାତ୍ର ମହିଳା ଜଣକ ଭୟରେ ନିଜେ ପିନ୍ଧିଥିବା ମଙ୍ଗଳସୂତ୍ର, ଶଙ୍ଖା କାଢ଼ି ଦେବାବେଳେ, ‘ମା’ରେ ସଧବାର ସନ୍ତକ ବା କେମିତି ନେବୁ’ ବୋଲି କହି ଚାଲିଯାଇଥିଲେ ଡକାୟତ ଦଳ । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଗାଁରେ ।
ଅଭିଯୋଗମତେ, ମନମୁଣ୍ଡା ଥାନା ଦେଉଳି ଗାଁର ଗଣେଶ ପ୍ରସାଦ ମିଶ୍ରଙ୍କ ଘରକୁ ଗତରାତି ପ୍ରାୟ ଗୋଟାଏରେ ୩ ଜଣ ଡକାୟତ ମୁଖା ଓ ହାତରେ ଗ୍ଲୋବ ଲଗାଇ ଦୁଇଟି ତାଲା ଭାଙ୍ଗି ପ୍ରବେଶ କରିଥିଲେ । ଗଣେଶ ଏବଂ ତାଙ୍କ ପନôୀ ବିଷ୍ଣୁପ୍ରିୟାଙ୍କ ଶୟନ କକ୍ଷକୁ ଯାଇ ସେମାନଙ୍କୁ ଉଠାଇଥିଲେ । ଦୁଇଟି ପିସ୍ତଲ ଓ ୩ ଟି କାତି ଦେଖାଇ ସୁନା ଓ ଟଙ୍କା କେଉଁଠି ଅଛି ଦେଖାଅ ଓ ତହିଁର ଚାବି ଦେବାକୁ କହିଥିଲେ । କିଛିଦିନ ତଳେ ବିଷ୍ଣୁପ୍ରିୟାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଉଠିବାରେ କଷ୍ଟ ଅନୁଭବ କରନ୍ତେ ଜଣେ ଚୋର ତାଙ୍କ ହାତକୁ ଧରି ଉଠାଇବାରେ ସାହାଯ୍ୟ କରିଥିଲା । ତାପରେ ସେମାନେ ବିଷ୍ଣୁପ୍ରିୟାଙ୍କଠାରୁ ଗଡରେଜ ଚାବି ନେଇ ସେଠାରେ ଥିବା ତାଙ୍କ ଓ ବିବାହିତ ଝିଅ ରଖିଥିବା ମାଟ ୧୭ ଭରି ସୁନା ଅଳଙ୍କାର ନେଇ ଯାଇଥିଲେ । ଏହାର ମୂଲ୍ୟ ପ୍ରାୟ ୮.୫୦ ଲକ୍ଷ ଟଙ୍କା ହେବ ଏବଂ ନଗଦ ୫ ହଜାର ଟଙ୍କା ନେଇଯାଇଥିଲେ । ଚି+ାର କଲେ ମାରି ଦେବାର ଧମକ ମଧ୍ୟ ଡକାୟତ ଦଳ ଦେଇଥିଲେ । ସୁନା ପାଇଁ କାଳେ ମାରିଦେବେ ଭାବି ବିଷ୍ଣୁପ୍ରିୟା ପିନ୍ଧିଥିବା ସୁନା ଚେନ, ମଙ୍ଗଳସୁତ୍ର ଓ ସୁନା ଶଙ୍ଖା ନିଜେ କାଢ଼ି ଦେଇ ଦେବାକୁ ଉଦ୍ୟମ କରିଥିଲେ । ମାତ୍ର ଏହା ଦେଖି ଦୁର୍ବୃତ୍ତମାନେ ତୁରନ୍ତ ମନା କରିଥିଲେ । ‘ତୁମେ ବିବାହିତା, ଆଉ ସେଟା ହେଉଛି ତୁମ ସଧବାର ସନ୍ତକ । ଏହାକୁ ଆମେ କିଭଳି ନେଇପାରିବୁ’ ବୋଲି ଉତ୍ତର ଦେଇଥିଲେ । ଏପରି କି ଡକାୟତି ବେଳେ ସେମାନେ ମା, ଆଜ୍ଞା ବୋଲି ଉତ୍ତମ ସମ୍ବୋଧନ କରିଥିବା ଗଣେଶ ମିଶ୍ର ଜଣାଇଛନ୍ତି । ଶୟନ କକ୍ଷକୁ ପ୍ରବେଶ କଲା କ୍ଷଣି ଦୁର୍ବୃତ୍ତମାନେ ଦମ୍ପତ୍ତିଙ୍କ ମୋବାଇଲକୁ ପ୍ରଥମେ ଜବତ କରିଥିଲେ ଓ ଗଲାବେଳେ ତାହା ଦେଇ ଚାଲି ଯାଇଥିଲେ । ସେମାନେ ଓଡ଼ିଆ ଓ ହିନ୍ଦୀରେ କଥା ହେଉଥିଲେ । ସେମାନଙ୍କ ଆଚରଣ ଓ ବ୍ୟବହାରରୁ ସ୍ଥାନୀୟ କିମ୍ବା ଜଣାଶୁଣା ଚୋର ହୋଇଥିବା ସନେ୍ଦହ କରିଛନ୍ତି ।
ଅଭିଯୋଗ ପରେ ମନମୁଣ୍ଡା ଥାନା ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି । ଥାନାରେ ଆଇପିସି ଧାରା ୩୮୦,୪୫୭,ଏବଂ ୨୫/୨୭ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରି ଏସ୍ଆଇ ସସ୍ମିତା ମଗରଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିବା ଆଇଆଇସି ଗୋପୀନାଥ ପ୍ରଧାନ ଜଣାଇଛନ୍ତି । ଏପରି ଚାରି ମନମୁଣ୍ଡା ସଦର ମହକୁମାରେ ହୋଇଥିବାରୁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି ।
Comments are closed, but trackbacks and pingbacks are open.