ବନ୍ଧୁକ ମୂନରେ ସାମ୍ବାଦିକଙ୍କ ଠାରୁ ଲୁଟ୍

Get real time updates directly on you device, subscribe now.

ଭୁବନେଶ୍ୱର: ବେକାବୁ ଲୁଟେରା । ବେଧଢକ ଚଳାଇଛନ୍ତି ଲୁଟତରାଜ । ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତିନିଜଣ ଦୁର୍ବୃତ୍ତ ଲୁଟପାଟ୍‌ କରିଛନ୍ତି । ଲୁଟର ଶିକାର ହୋଇଛନ୍ତି ନ୍ୟୁଜ୍‌-୧୮ର ରାକେଶ ମହାନ୍ତି । ଏହି ଲୁଟ୍‌ ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ରାକେଶଙ୍କ ଅଭିଯୋଗ ମୁତାବକ, ସେ ରାତି ୧ଟାରେ ଅଫିସରୁ ନୂଆପଲ୍ଲୀ ବ୍ରିଟ୍‌ କଲୋନିସ୍ଥିତ ଘରକୁ ଫେରୁଥିଲେ । ସିବିଆଇ ଅଫିସ ନିକଟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଅଫିସ ନିକଟରେ ୨ ବାଇକରେ ଥିବା ୩ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ । ଜଣେ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲା । ଅନ୍ୟଜଣେ ଗାଡି ଚାବି ଛଡାଇ ନେଇ ଦୂରକୁ ଫିଙ୍ଗିଦେଲା । ଆଉ ଜଣେ ଦୁର୍ବୃତ୍ତ ରାକେଶଙ୍କ ପକେଟରୁ ଜବରଦସ୍ତି ମୋବାଇଲ ଓ ମନିପର୍ସରେ ଥିବା ୫ହଜାର ଟଙ୍କା, ଆଧାର କାର୍ଡ, କ୍ରେଡିଟ କାର୍ଡ଼, ପ୍ୟାନ କାର୍ଡ ଛଡାଇ ନେଇଥିଲା ।
ଏନେଇ ରାକେଶ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନୟାପଲ୍ଲୀ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି । ପାସ୍‌ପୋର୍ଟ ଅଫିସ ଓ ଅନ୍ୟ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରିଛି ପୋଲିସ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons