ବନ୍ଧୁତା ଦିବସରେ ଭାରତକୁ ଇସ୍ରାଏଲର ଶୁଭେଚ୍ଛା: ୟେ ଦୋସ୍ତି ହମ ନେହିଁ ଛୋଡେଙ୍ଗେ…

Get real time updates directly on you device, subscribe now.

ନୂଆଦିଲ୍ଲୀ: ରବିବାର ବିଶ୍ୱବ୍ୟାପୀ ବନ୍ଧୁତା ଦିବସ ପାଳନ କରାଯାଇଥିଲାବେଳେ ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ଦ୍ୱାରା କରାଯାଇଥିବା ଏକ ଟ୍ୱିଟକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ଦୂତାବାସ ତରଫରୁ ଏକ ଟ୍ୱିଟ୍ କରାଯାଇଥିଲା ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଫଟୋ ଅପଲୋଡ କରାଯାଇଛି । ତା’ ସହିତ ସେଥିରେ ଭାରତକୁ ଶୁଭେଚ୍ଛା ଜଣାଇ ଉଲ୍ଲେଖ କରାଯାଇଛି କି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗ ଏବଂ ନିବିଡ଼ ହୋଇଚାଲିଥିବା ବନ୍ଧୁତା ଆଗାମୀ ଦିନରେ ଆହୁରି ଉଚ୍ଚ ଶିଖରରେ ପହଞ୍ôଚବ । ଏହି ବାର୍ତ୍ତା ସହିତ ଦୂତାବାସ ଦ୍ୱାରା ଉକ୍ତ ଟ୍ୱିଟ୍ରେ ବଲିଉଡର ଏକ ଲୋକପ୍ରିୟ ଫିଲ୍ମ ସୋଲେର ଏକ ଗୀତର ଗୋଟିଏ ଧାଡ଼ି ‘ ୟେ ଦୋସ୍ତି ହମ ନେହିଁ ଛୋଡେଙ୍ଗେ…’ ମଧ୍ୟ ଲେଖାଯାଇଥିଲା ।
ଏହି ଟ୍ୱିଟ୍ ଉପରେ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରତିକ୍ରିୟା ଦେଇଥିଲେ । ସେ ଟ୍ୱିଟ୍ କରି ଇସ୍ରାଏଲକୁ ଏଥିପାଇଁ ଧନ୍ୟବାଦ ଦେବା ସହିତ ଦୁଇ ଦେଶ ମଧ୍ୟରେ ମଜଭୁତ ହୋଇଚାଲିଥିବା ସମ୍ପର୍କର ଉଚ୍ଚ ପ୍ରଂଶସା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons