ବନ୍ୟା କ୍ଷୟକ୍ଷତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଗତ ୩ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଅଭାବବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମ ଥର ପାଇଁ ରେକର୍ଡ ପରିମାଣର ବର୍ଷା ହେବା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥିଲା । କିନ୍ତୁ ବନ୍ୟାଠାରୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥାକୁ ଠିକ ଭାବରେ ପରିଚାଳନା କରିନେଇଛି । ଏବେ ବନ୍ୟା ଦ୍ୱାରା କେତେ ଘର ଭାଙ୍ଗିଛି, ପଶୁ ସଂପଦର କ୍ଷତି ହୋଇଛି, କେତେ ଚାଷ ଜମି ବାଲିଚର ହୋଇଛି ଆଦି ବିଷୟରେ ଆଲୋଚନା ହୋଇଛି । ଜିଲ୍ଲା ପ୍ରଶାସନ ସେସବୁ କ୍ଷୟକ୍ଷତି ଆକଳନ କରିବା ପରେ ପ୍ରଥମେ ରାଜ୍ୟକୁ ପଠାଇବ । ଏନେଇ ରାଜ୍ୟ ସରକାର ବିଭିନ୍ନ ଅନୁଦାନର ସହାୟତା ଦେବା ପରେ ବଳକା ସହାୟତା କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ସେନେଇ ବ୍ୟବସ୍ଥା କରାଯିବ । ଯାହାକୁ ନିଶ୍ଚିତ ଭାବରେ ପ୍ରାଥମିକତା ଦିଆଯିବ । କାରଣ ବଲାଙ୍ଗୀର ପ୍ରତି ମୋର ନିଜସ୍ୱ ଦାୟିତ୍ୱ ରହିଛି । ତେଣୁ ସମସ୍ତେ କେବଳ ଦୁର୍ଯୋଗ ନଭାବି ଏହାକୁ ସୁଯୋଗ ଭାବରେ ଗ୍ରହଣ କରାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତରେ ଆସି ପ୍ରକାଶ କରିଛନ୍ତି ।
ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଆକାଶ ମାର୍ଗରେ ବଲାଙ୍ଗୀର ସମେତ ସୋନପୁର, ବୌଦ୍ଧ, କଳାହାଣ୍ଡି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିିଥିଲେ । ଏହି ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଆକାଶ ମାର୍ଗରୁ ସ୍ଥିତି ନିରୀକ୍ଷଣ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଲାଙ୍ଗୀରରେ ପହଞ୍ଚିଥିଲେ । ସେଠାରୁ ବରପାଲିପଡ଼ା-ବ୍ରାହ୍ମଣପଡ଼ାକୁ ଯାଇ ବନ୍ୟା ବିପନ୍ନଙ୍କୁ ଭେଟିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ଏନଏଚଏମ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଭାରତୀ ମହାନନ୍ଦ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପ୍ରଥମେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ବନ୍ୟା ଏବଂ ପରବର୍ତ୍ତି ସ୍ଥିତିର ମୁକାବିଲା ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ଯେତେ ଶୀଘ୍ର ସମ୍ଭବ ଜିଲ୍ଲା ପ୍ରଶାସନ ବନ୍ୟା କ୍ଷୟକ୍ଷତି ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ପଠାନ୍ତୁ । ଏହାପରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏନଡ଼ିଆରଏଫ ଓ ଏସଡ଼ିଆରଏଫ ପାଣ୍ଠିରୁ ବିତ୍ତୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଧାନ କହିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହରା ଲୋକଙ୍କୁ କିଭଳି ଘର ମିଳିପାରିବ ସେନେଇ ରାଜ୍ୟ ସରକାର ତାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଲେ ସହଯୋଗର ଦାୟିତ୍ୱ ନେବେ ବୋଲି ସେ କହିଥିଲେ । ଯେହେତୁ ବନ୍ୟା ପ୍ରଭାବରେ ଛୋଟ ବ୍ୟବସାୟୀ ତଥା ଉଠା ଦୋକାନୀମାନେ ବିଶେଷ କ୍ଷତିଗସ୍ତ ହୋଇଛନ୍ତି । ତେଣୁ ଏମାନଙ୍କୁ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ଯୋଡ଼ି ସେମାନଙ୍କ ରୋଜଗାର ବ୍ୟବସ୍ଥା କରାଇବାକୁ ସେ ଜିଲ୍ଲା ପ୍ରଶାସନକୁ ପରାର୍ମଶ ଦେଇଥିଲେ । ଅପରପକ୍ଷେ, ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି । ବିନା ବଲାଙ୍ଗୀରରେ ଓଡ଼ିଶା ଆଗକୁ ଯିବା ଅସମ୍ଭବ । ତେଣୁ ଏଭଳି ବିପତ୍ତି ଘଡ଼ିରେ ସେ ଓଡ଼ିଶାର ସିପାହୀ ଭାବରେ ଦିଲ୍ଲୀ ସରକାରଙ୍କ ନିକଟରେ ଏବିଷୟ ଉପସ୍ଥାପନ କରିବେ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons