ବନ କର୍ମଚାରୀ ନାକେଦମ: ଶେଷରେ ଯନ୍ତାରେ ପଡିÿଲା ଭାଲୁ

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ୍): ଜନବସତିକୁ ପଶି ଆସିଥିବା ଏକ ଭାଲୁକୁ ଧରିବା ଲାଗି ନାକେଦମ ହୋଇଛନ୍ତି ବନ କର୍ମଚାରୀ । ଦିନଯାକର ପରିଶ୍ରମ ପରେ ଶୁକ୍ରବାର ସନ୍ଧ୍ୟାରେ ଯନ୍ତାରେ ଧରା ପଡ଼ିଥିଲା ଭାଲୁ । ତା’ପରେ ଗାଁ ଲୋକଙ୍କ ସହ ଆଶ୍ୱସ୍ତ ହୋଇଥିଲେ ବିଭାଗୀୟ କର୍ମଚାରୀ । ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ଥାନୀୟ ଗୁଜୁନିଗୁଡା ଗାଁରେ ।
ଗୁରୁବାର ବିଳମ୍ବିତ ରାତିରେ ଭାଲୁଟି ଗାଁ ଭିତରକୁ ପଶି ଆସିଥିଲା । ଶୁକ୍ରବାର ସକାଳେ ଗାଁର ରାମୁଲୁଙ୍କ ଘର ଭିତରକୁ ପଶିଯାଇ ଖଟ ତଳେ ଶୋଇଥିଲା । ରାମୁଲୁଙ୍କ ପରିବାର ଲୋକେ ଭାଲୁକୁ ଦେଖିବା ପରେ ଭୟଭୀତ ହୋଇ ଚିକ୍ରାର କରିଥିଲେ । ଏହାପରେ ଏକାଠି ହୋଇ ଗାଁ ଲୋକେ ଭାଲଟିକୁ ଘଉଡ଼ାଇଥିଲେ । ଭାଲୁ ଘରୁ ବାହାରିଯାଇ ପାଖରେ ଥିବା ଏକ କାଜୁ ମିଲ୍ରେ ପଶି ଯାଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ । ବୋରିଗୁମ୍ମା ରେଞ୍ଜର ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲା ସେଠାରେ । ଭାଲୁକୁ ଧରିବା ଲାଗି କାଜୁ ମିଲ୍ ପଛପଟେ ଯନ୍ତା ବସାଇଥିଲା । ହେଲେ ଦିନତମାମ୍ ଧରା ଦେଇନଥିଲା ଭାଲୁଟି । ନାକେଦମ ହୋଇଥିଲେ ବନ କର୍ମଚାରୀ । ସଞ୍ଜ ନଇଁବା ପରେ ଭାଲୁ ଯନ୍ତାରେ ପଡ଼ି ଯାଇଥିଲା । ଭାଲୁକୁ ଉଦ୍ଧାର କରାଯିବା ପରେ ଚିକିତ୍ସା କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡିଛି । ବର୍ଷାରେ ଓଦା ହୋଇ ଭାଲୁଟି ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ଥିଲା ବୋଲି ବନ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons