ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରବଳ ବର୍ଷା ଓ ଭୂ ସ୍ଖଳନ ଯୋଗୁଁ ବମ୍ବେ-ପୁନେ ରୁଟ୍ରେ ରେଳ ଚଳାଚଳ ବ୍ୟାହତ ହୋଇଛି । ଫଳରେ କୋଣାର୍କ ଏକ୍ସପ୍ରେସ୍କୁ ମୁମ୍ବାଇରୁ ଦିଗ ପରିବର୍ତ୍ତନ ସହ ଆଂଶିକ ବାତିଲ କରାଯାଇଛି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସ୍ ମୁମ୍ବାଇରୁ ଦିଗ ବଦଳାଇ କଲ୍ୟାଣ-ମନମାଡ୍, ନାନ୍ଦେଦ୍ ଓ ସିକନ୍ଦରାବାଦ ହୋଇ ଅଗଷ୍ଟ୯ରୁ ୧୬ ମଧ୍ୟରେ ଚଳାଚଳ କରିବ । ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରୁ ଛାଡ଼ିବାକୁ ଥିବା ବିଶାଖାପାଟଣା-ଏଲ୍ଟିଟି ଏକ୍ସପ୍ରେସ୍କୁ ଆଂଶିକ ବାତିଲ କରାଯାଇଛି । ଯାହା ବିଶାଖାପାଟଣାରୁ ପୁନେ ମଧ୍ୟରେ ଚଳାଚଳ କରିବ । ଅପରପକ୍ଷେ ପୁନେରୁ ଏଲ୍ଟିଟି ମଧ୍ୟରେ ଉଭୟ ଦିଗରୁ ବାତିଲ କରାଯିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି ।
Comments are closed, but trackbacks and pingbacks are open.