ବରଗଡ଼-ବଲାଙ୍ଗୀର ଜାତୀୟ ରାଜପଥ ପାଇଁ ୪୧୪ କୋଟି ମଞ୍ଜୁର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ବରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ୪୧୪.୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବଙ୍କୁ ଅବଗତ କରାଯାଇଛି । ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ବରଗଡ଼ରୁ ବରପାଲି ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥର ୨୧କି.ମି. ରାସ୍ତାକୁ ୪ଲେନ୍ ବିଶିଷ୍ଟ କରିବା ଓ ବରପାଲିରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୧ରୁ ୭୨ କି.ମି. ରାସ୍ତାକୁ ଦୁଇ ଥାକିଆ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୨-୨୩ ମସିହାରେ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୦-୨୧ରେ ବାକି ୪୦ ପ୍ରତିଶତ କାର୍ଯ୍ୟ ନିମନ୍ତେ ମୋଟ ୩୨୫.୫୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୨-୨୩ରେ ଶତପ୍ରତିଶତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ମୋଟ ୪୦୬.୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୩ରୁ ୨୦୨୮ ମସିହା ପର୍ଯ୍ୟନ୍ତ ରାସ୍ତାର ରକ୍ଷାଣାବେକ୍ଷଣ ନିମନ୍ତେ ୭.୨୭ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଲେଖାଯାଇଥବବା ଚିଠିରୁ ଜଣାପଡିଛି । ବରଗଡ଼-ବରପାଲି ରାସ୍ତାକୁ ୪ଧାକିଆକରିବା ନିମନ୍ତେ ଦୀର୍ଘଦିନ ଧରିଦାବି ହୋଇ ଆସୁଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons