ଭୁବନେଶ୍ୱର: ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ବରମୁଣ୍ଡା ଓଭରବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ଥାନା ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ଯୁବକଙ୍କ ବାଇକ ମଧ୍ୟ ନାଳରେ ପଡିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି ନା କେହି ତାକୁ ହତ୍ୟା କରିଛି । ସେନେଇ ତଦନ୍ତ ଚଲାଇଛି ପୋଲିସ। ମୃତକଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିନାହିଁ। ମାମଲାରେ ପୋଲିସର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।


Comments are closed, but trackbacks and pingbacks are open.