ସିନାପାଲି,(ବି.ବି.ନୁ୍ୟଜ): ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଓଲଟି ପଡ଼ି ଶଳା, ଭିଣୋଇଙ୍କ ମୃତୁ୍ୟ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛି । ମୃତକ ଦୁଇଜଣ ହେଲେ ବୋଡେନ ବ୍ଲକ ବିନପୁର ତେତେଲପଡା ନିବାସୀ କଲ୍ୟାଣ ନାଗ(୨୫) ଓ ଶଳା ରାଜପୁର ଗାଁର ଲକ୍ଷ୍ମଣ ବାଗ(୧୫) । ଗାଡି ଡ୍ରାଇଭର ରାଜପୁର ଗାଁର ସୁଶୀଳ ଧରୁଆ(୨୬) ବୋଲି ଜଣାପଡିଛି ।
ସୂଚନାନୁଯାୟୀ ଶୁକ୍ରବାର ବୋଡେନ ବ୍ଲକ ରାଜପୁର ଗାଁରୁ ସିନାପାଲି ବ୍ଲକ ହଲଦୀମୁଣ୍ଡା ଗାଁକୁ ବରାତି ଯାଇଥିଲେ । ରାତି ପ୍ରାୟ ୧୧ଟା ବେଳେ ବରଯାତ୍ରୀ ଗାଡି(ଓଡି୨୬ଏ-୦୩୦୩) ଫେରୁଥିବା ବଳେ ସିନାପାଲି ଟିମନପୁର ନିକଟ ବିଜୁ ଏrପ୍ରେସ ରାସ୍ତାରେ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଖବର ପାଇ ସିନାପାଲି ପୁଲିସ ଓ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଦୁର୍ଘଟଣା ସ୍ଥଳ କଲ୍ୟାଣ ନାଗର ମୃତୁ୍ୟ ହୋଇସାରିଥିଲା । ଲକ୍ଷ୍ମଣ ବାଗ ଓ ସୁଶୀଳ ଧରୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିନାପାଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଖଡିଆଳ ସ୍ଥାନାନ୍ତର କରାଯାଇଥିଲା । ଖଡ଼ିଆଳରେ ଲକ୍ଷ୍ମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥିସହ ଡ୍ରାଇଭର ସୁଶୀଳଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତର କରଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ କହିଛି ।


Comments are closed, but trackbacks and pingbacks are open.