ବରିଷ୍ଠ ନାଗରିକଙ୍କ ପାଇଁ ୧୫୦ଟି ଜରାଶ୍ରମ ନିର୍ମାଣ କରିବେ ସରକାର

Get real time updates directly on you device, subscribe now.

ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ମହିଳା ଓ ଶିଶୁ ବିକାଶ, ବୟାନ ଶିଳ୍ପ ଓ ହସ୍ତତନ୍ତ୍ର, ହସ୍ତଶିଳ୍ପ, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟଗୋ ବିଭାଗ ଉପରେ ଆଲୋଚନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପରେ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ବରିଷ୍ଠ ନାଗରିକଙ୍କ ରହିବା ପାଇଁ ୧୫୦ଟି ଜରାଶ୍ରମ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ୯ଟି ଜିଲ୍ଲାରେ ଜରା ନିବାସ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନୋଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛନ୍ତି । ୨ ଶହ ବରିଷ୍ଠ ନାଗରିକ ରହିବେ। ଏଥିପାଇଁ ସରକାର ୬୨ କୋଟି ଟଙ୍କା ବ୍ୟୟବରାଦ କରିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons