ବର୍ଷକୁ ୨,୫୦୦ କୋଟି ରାଜସ୍ୱ ହାନି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅସଂଗଠିତ ବଜାରରେ ଦାମୀ ତଥା ହାଇ-ଏଣ୍ଡ ମୋବାଇଲ୍ ଫୋନ୍ ବିକ୍ରି ଯୋଗୁ ସରକାର ବର୍ଷକୁ ୨,୫୦୦ କୋଟି ଟଙ୍କା ରାଜସ୍ୱ ହାତଛଡ଼ା କରୁଛନ୍ତି । ତେଣୁ ଏହାକୁ ଏଡ଼ାଇବା ପାଇଁ ବହିଃଶୁଳ୍କ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ଭାରତୀୟ ସେଲ୍ୟୁଲାର ଏବଂ ଇଲେକ୍ଟ୍ରୋନେିକ୍ସ ସଂଘ (ଆଇସିଇଏ) ପକ୍ଷରୁ କୁହାଯାଇଛି ।
ଶିଳ୍ପ ସଂଘ ଆଇସିଇଏ ଦର୍ଶାଇଛି ଯେ କେବଳ ସଂଗଠିତ ବଜାରରେ ଯଦି ଦାମୀ ଫୋନ୍ ବିକ୍ରିକୁ ପ୍ରଶ୍ରୟ ଦିଆଯାଆନ୍ତା, ସରକାରଙ୍କୁ ଅଧିକ ରାଜସ୍ୱ ମିଳିପାରନ୍ତା । କିନ୍ତୁ ତାହା ସମ୍ଭବ ହେଉନାହିଁ । ଅସଂଗଠିତ ବଜାରରେ ଯେମିତି ଦାମୀ ଫୋନ୍ ବିକ୍ରି କରାନଯାଏ, ସେଥିପାଇଁ ୨୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ହ୍ୟାଣ୍ଡ୍ସେଟ୍ ଉପରେ ସର୍ବାଧିକ ୪,୦୦୦ ଟଙ୍କାର ବହିଃଶୁଳ୍କ ଲାଗୁ କରାଯିବା ଆବଶ୍ୟକ । ଏହାଦ୍ୱାରା ବେଆଇନ ବିକ୍ରିକୁ ଏଡ଼ାଯିବା ସହିତ ଟିକସ ଠକେଇକୁ ରୋକାଯାଇ ପାରିବ । ଏବେ ଆମଦାନି ହୋଇ ଆସୁଥିବା ଫୋନ୍ ଉପରେ ୨୦ଧ ମୌଳିକ ବହିଃ ଶୁଳ୍କ ଲାଗୁ ହେଉଛି ।
ଆଇସିଇଏ ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୂ କହିଛନ୍ତି, ହାଇ-ଏଣ୍ଡ ଫୋନ୍ଗୁଡ଼ିକ ଅସଂଗଠିତ ବଜାରରେ ବିକ୍ରି ହେଉଥିବାରୁ ସରକାର ବର୍ଷକୁ ୨,୫୦୦ କୋଟି ଟଙ୍କା ରାଜସ୍ୱ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏ କ୍ଷେତ୍ରରେ ସମ୍ପୃକ୍ତ ସଂସ୍ଥା ମୌଳିକ ବହିଃଶୁଳ୍କକୁ ଏଡ଼ାଇ ଖୁଚୁରା ବଜାରରେ ଆପେକ୍ଷିକ ଭାବେ କମ୍ ଦରରେ ଦାମୀ ଫୋନ୍ ବିକ୍ରି କରୁଛନ୍ତି । ତେଣୁ ୨୦,୦୦୦ ଟଙ୍କାରୁ ଅଧିକ ଫୋନ୍ ଉପରେ ମୌଳିକ ବହିଃଶୁଳ୍କ ପରିମାଣ ସର୍ବାଧିକ ୪,୦୦୦ ଟଙ୍କା ହେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons