ବର୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କଲେ କୋହଲି

Get real time updates directly on you device, subscribe now.

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍-ଭାରତ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି, ବର୍ଷା କ୍ରିକେଟର ଏକ ଅତ୍ୟନ୍ତ ଖରାପ ଅଂଶ । ଖେଳ ଆରମ୍ଭ ହେବା ଏବଂ ବନ୍ଦ ରହିବା ଏହା ଆଦୌ ଉତ୍ତମ ଅନୁଭୂତି ନୁହଁ । ଏକାଥରେ ମ୍ୟାଚ୍ ଧୋଇ ଯାଉ, ନଚେତ ମ୍ୟାଚ୍ ସଂପୂର୍ଣ୍ଣ ଖେଳାଯାଉ । ଏକାଧିକ ଥର ମ୍ୟାଚ୍ ବନ୍ଦ ହେବା ଦ୍ୱାରା ଆମକୁ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼େ । ଯେମିତି କେହି ଆହତ ନହୁଅନ୍ତି ।’
ଇଣ୍ଡିଜ୍-ଭାରତ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜ୍ରେ କ୍ଲିନ୍ ସୁଇପ୍ (୩-୦) କରିଥିଲା । ଦିନିକିଆରେ ମଧ୍ୟ ଦଳ କ୍ଲିନ୍ ସୁଇପ ଲକ୍ଷ୍ୟ ରଖିଥିଲା । ହେଲେ ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍ ବାତିଲ ହେବା ଅଧିନାୟକ କୋହଲିଙ୍କୁ ନିରାଶ କରିଛି ।
ପ୍ରଥମ ଦିନିକିଆରେ ପ୍ରଥମେ ବର୍ଷା ହେବାରୁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପୁଣି ଖେଳ ଆରମ୍ଭ ହେବାର ୫.୪ ଓଭର ପରେ ବର୍ଷା ଯୋଗୁ ମ୍ୟାଚ୍ ବନ୍ଦ ରହିଥିଲା । ଏହାପରେ ଆଉ ୭.୨ ଓଭର ଖେଳ ହେବା ପରେ ପୁଣି ବର୍ଷା ହୋଇଥିଲା । ଶେଷରେ ମ୍ୟାଚ୍ ରେଫରୀ ମ୍ୟାଚ୍କୁ ସଂପୂର୍ଣ୍ଣ ଭାବେ ବାତିଲ ଘୋଷଣା କରିଥିଲେ । ଘରୋଇ ୱେଷ୍ଟଇଣ୍ଡିଜ୍ ୧୩ ଓଭର ବ୍ୟାଟିଂ କରି ୧ ୱିକେଟ୍ ହରାଇ ୫୪ ରନ୍ ସଂଗ୍ରହ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons