ବର୍ଷା-ଅନୁଭବ ଛାଡ଼ପତ୍ର ବିବାଦ: ମାମଲା କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ହୋଇଥିବା ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହେବ । ପତ୍ନୀ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ଏହି ଛାଡ଼ପତ୍ର ମାମଲା ରୁଜୁ କରିଥିଲେ । ତେବେ ଦିଲ୍ଲୀରେ ଶୁଣାଣି ଦ୍ୱାରା ତାଙ୍କ ପାଇଁ ସମସ୍ୟା ଥିବାରୁ ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦକୁ ଆପୋସ ବୁଝାମଣା ମାଧ୍ୟମରେ ତୁଟାଇବା, ସେମାନଙ୍କ ପୁନଃମିଳନ କରାଇବା ଉଦ୍ୟମ ବିଫଳ ହେବା ପରେ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହେବାର ଥିଲା । ତେବେ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ପରେ ମାମଲା ଏବେ କଟକରେ ଶୁଣାଣି ହେବ । ଅନ୍ୟପକ୍ଷରେ ଛାଡ଼ପତ୍ର ମାମଲାର ଶୁଣାଣି ପୂର୍ବରୁ ଉଭୟଙ୍କ ମଧ୍ୟରେ ପୁନଃମିଳନ ପାଇଁ ଆଇନଗତ ଉଦ୍ୟମ ହୋଇଥିଲା । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଉଭୟଙ୍କୁ ଏକାଠି କରିବା ପାଇଁ ମଧ୍ୟସ୍ଥତା କେନ୍ଦ୍ର ପକ୍ଷରୁ ଦୁଇ ଥର ଉଦ୍ୟମ ବିଫଳ ହେଲା । ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିବାରୁ ମଧ୍ୟସ୍ଥତା ଉଦ୍ୟମ ବିଫଳ ହେଲା ବୋଲି ମାମଲାର ମିଡିଏଟର୍ ସୁପ୍ରିମ୍କୋର୍ଟଙ୍କୁ ଏନେଇ ଆନୁÂାନିକ ଭାବେ ଅବଗତ କରାଇଥିଲେ । ବୁଝାମଣା ବିଫଳ ହୋଇଥିବାରୁ ଏବେ ଛାଡ଼ପତ୍ର ମାମଲାର ଶୁଣାଣି ଆରମ୍ଭ ହେବ ।
ଉଲ୍ଲେଖନୀୟ, ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି, ତାଙ୍କଠାରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ସହ ମାସିକ ଭରଣପୋଷଣ ରାଶି ଦାବି କରି ବର୍ଷା କଟକ ଏସ୍ଡିଜେଏମ୍ଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ । ସେହିପରି କଟକ ପରିବାର ଅଦାଲତରେ ବର୍ଷା ଆଉ ଏକ ମାମଲା ରୁଜୁ କରି ହିନ୍ଦୁ ମ୍ୟାରେଜ୍ ଆକ୍ଟ୍ର ଧାରା ୯ ଅନୁସାରେ ‘ବିବାହକୁ ସୁରକ୍ଷା ଦେବାକୁ, ସଂରକ୍ଷିତ ବା ଅକ୍ଷୂର୍ଣ୍ଣ ରଖିବାକୁ’, ବିବାହ-ବିଚ୍ଛେଦ ନକରାଇବାକୁ ଏକ ସ୍ୱତନ୍ତ୍ର ପିଟିସନ୍ ଦାଏର୍ କରିଥିଲେ । ଅପରପକ୍ଷରେ ସ୍ୱାମୀ ଅନୁଭବ ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ବର୍ଷାଙ୍କ ବିରୋଧରେ ଛାଡପତ୍ର ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ବିରୋଧ କରି ବର୍ଷା ସୁପ୍ରିମ୍କୋର୍ଟକୁ ଯାଇଥିଲେ । ଦିଲ୍ଳୀ ଅଦାଲତରେ ଶୁଣାଣି ଦ୍ୱାରା ତାଙ୍କ ପାଇଁ ସମସ୍ୟା ହେବ ବୋଲି ପିଟିସନ୍ରେ ବର୍ଷା ଦର୍ଶାଇଥିଲେ । ଅଦାଲତ ଏହାକୁ ଗ୍ରହଣ କରି ମାମଲା ସ୍ଥାନାନ୍ତର ପାଇଁ ନିଦେ୍ର୍ଧଶ ଦେଇଛନ୍ତି ବୋଲି ବର୍ଷାଙ୍କ ଆଇନଜୀବୀ ରାମକୃଷ୍ଣ ରଥ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons