ବଲାଙ୍ଗୀର ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଯୁବତୀ

Get real time updates directly on you device, subscribe now.

ବଲାଙ୍ଗୀର: ବଲାଙ୍ଗୀର ସହରରେ ଜଣେ କମ ବୟସର ବିବାହିତ ଯୁବତୀ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଙ୍କ ମାନସିକ ସ୍ଥିତି ଠିକ ନଥିବା ଯୋଗୁଁ ଯୁବତୀ ଜଣକ ଏଭଳି ଭାବରେ ଉଲଗ୍ନ ବୁଲୁଥିବା ସଂଦେହ କରାଯାଉଛି । ପିସିଆର ପହଞ୍ଚି ଏହି ମହିଳା ଓ ତାଙ୍କ ସହିତ ଥିବା ଜଣେ ପୁରୁଷକୁ କାବୁ କରି ଘରକୁ ପଠାଇଛି ।
ପ୍ରତି ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇ ବୁଲୁଛି ବଲାଙ୍ଗୀର ଜିଲ୍ଲାରେ। ତେବେ ଏଭଳି କିଛି ଭାଇରାଲ ଭିଡିଓ ଯାହା ଏ ମୋବାଇଲରୁ ସେ ମୋବାଇଲକୁ ଘୁରିବୁଲିଛି ତାହା ଲାଗିଛି ନ୍ୟୁଜସେଭେନ ହାତରେ। ଜଣେ କମ ବୟସର ବିବାହିତ ଯୁବତୀ ନିଜ ପିନ୍ଧିଥିବା ଶାଢୀ ସହ ସମସ୍ତ ଅନ୍ତବସ୍ତ୍ର ଖୋଲି ରାସ୍ତା ଉପରେ ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ତେବେ ତାଙ୍କ ସହିତ ଜଣେ ପୁରୁଷ ରହିଛନ୍ତି ଯେ ତାଙ୍କୁ ଗୋଟିଏ ଲାଲ ରଙ୍ଗର ଶାଢୀରେ ଢାଙ୍କିବାକୁ ଚେଷ୍ଟା କଲେ ମଧ୍ୟ ସେ ତାକୁ କାଢି ଫିଙ୍ଗି ଦେଉଛନ୍ତି। ତା ସହ ବସ ଭିତରୁ ସେହି ଯୁବକ ଓ ସେହି ଯୁବତୀଙ୍କୁ ପିସିଆର ଭ୍ୟାନର ପୋଲିସ ବାହାକୁ ଆଣି ତାଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ଭିଡିଓରେ।
ତେବେ କିଛି ଲୋକଙ୍କ କହିବା ଅନୁଯାଇ ଏ ଯୁବତୀ ଜଣକ ମାନସିକ ରୋଗୀ ହୋଇଥିବା ଯୋଗୁଁ ଏଭଳି ଉଲଗ୍ନ ହୋଇ ବୁଲୁଛନ୍ତି । ସହରର ପେଲେସ ଲାଇନଠାରେ ଏହି ଦୃଶ୍ୟ ଦେଖିବାକୁ ପାଇଥିବା ଲୋକଙ୍କ ମଧ୍ୟରେ ହୋଇଛି ଚର୍ଚ୍ଚା। ସେପଟେ ପିସିଆରରେ ଥିବା ପୋଲିସ ଦୁହିଁଙ୍କୁ କାବୁ କରି ଆଦର୍ଶ ଥାନାକୁ ଆଣିଥିବା ବେଳେ ଯୁବତୀଙ୍କ ସ୍ବାମୀ, ତାଙ୍କ ପାରିବାର ଲୋକ ସମସ୍ତେ ଆସି ତାଙ୍କୁ ଘରକୁ ନେଇ ଯାଇଥିବା କହିଛନ୍ତି ଆଇଆଇସି।
ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ପୋଲିସ ପକ୍ଷରୁ ଏଭଳି ଜଣେ ଯୁବତୀଙ୍କୁ ଉଲଗ୍ନ ଅବସ୍ଥାରେ ରହିଥିବା ଭିଡିଓ ଉଠାଇବା ଓ ଭାଇରାଲ କରିବା ଘଟଣାକୁ ନେଇ ତଦନ୍ତ କରିବା ସହ ଏଭଳି ଘଟଣାଗୁଡିକୁ ନେଇ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons