ବଲିଉଡରେ ବର୍ଷୀୟାନ୍ ଅଭିନେତା ଋଷି କପୁରଙ୍କ ଦେହାନ୍ତ : ସାରା ବଲିଉଡରେ ଶୋକର ଛାୟା

Get real time updates directly on you device, subscribe now.

ନୂଆଦିଲ୍ଲୀ : ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏହି ସପ୍ତାହ ଏକ ଖରାପ ସ୍ବପ୍ନ ପରି ଚାଲୁଛି। ବୁଧବାର ଦମଦାର ଅଭିନେତା ଇରଫାନ୍ ଖାନ୍ ଆଖି ବୁଜିଥିବାବେଳେ ଆଜି ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ପରଲୋକ ହୋଇଯାଇଛି। ବୁଧବାର ଋଷି କପୁରଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସେ ଆଖି ବୁଜି ଦେଇଛନ୍ତି। ଋଷି କପୁରଙ୍କୁ ୬୭ବର୍ଷ ହୋଇଥିଲା ଏବଂ ସେ କ୍ୟାନସରରେ ପୀଡ଼ିତ ଥିଲେ।
ଋଷି କପୁରଙ୍କ ବନ୍ଧୁ,ସମ୍ପର୍କୀୟ ଏବଂ ସୁପରଷ୍ଟାର ଅମିତାଭ ବଚ୍ଚନ ଗୁରୁବାର ଟ୍ବିଟ୍ କରି ଋଷି କପୁରଙ୍କ ପରଲୋକର ସୂଚନା ଦେଇଥିଲେ। ସେ ଲେଖିଛନ୍ତି,‘ସେ ଗଲା,ଋଷି କପୁର ଗଲେ। ଏବେ ତାଙ୍କର ପରଲୋକ ହୋଇଯାଇଛି। ସେ ଭାଙ୍ଗି ପଡ଼ିଛନ୍ତି’।
କପୁର ପରିବାର ତରଫରୁ ଋଷି କପୁରଙ୍କ ଭାଇ ରଣଧୀର କପୁର ମଧ୍ୟ ପରଲୋକର ସୂଚନା ଦେଇଥିଲେ। ଋଷି କପୁରଙ୍କୁ ବୁଧବାର ତାଙ୍କ ପରିବାର ଲୋକେ ଏନ ଏଚ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ରାତିରେ ଋଷି କପୁରଙ୍କୁ ନିଃଶ୍ବାସ ନେବାକୁ ଅସୁବିଧା ହୋଇଥିଲା,ଯାହା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଋଷି କପୁରଙ୍କ ପତ୍ନୀ ନିତୁ ସିଂହ, ଭାଇ ରଣଧୀର କପୁର ସମେତ ପରିବାରର ଅନ୍ୟ ଲୋକ ଉପସ୍ଥିତ ଥିଲେ।
ଅପ୍ରେଲ୍ ୨୯ତାରିଖରେ ହିନ୍ଦୀ ସିନେମା ଅଭିନେତା ଇରଫାନ୍ ଖାନଙ୍କୁ ହରାଇଥିଲା। ଏବେ ଇରଫାନ୍ ଖାନଙ୍କ ପରଲୋକର ୧ଦିନ ପରେ ଅପ୍ରେଲ୍ ୩୦ତାରିଖରେ ଋଷି କପୁର ସମସ୍ତଙ୍କୁ ଅଲବିଦା କହି ଚାଲିଗଲେ। ବ୍ୟାକ୍ ଟୁ ବ୍ୟାକ୍ ଦୁଇ ଦିଗ୍ଗଜ ଅଭିନେତାଙ୍କୁ ହରାଇବା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ଼ ଝଟକା।
ବଲିଉଡର ସବୁଠୁ ବଡ଼ ପରିବାର କପୁର ପରିବାରର ରତ୍ନ ଋଷି କପୁର ନିଜ ପରିବାରର ପଥ ଅନୁସରଣ କରି ଫିଲ୍ମରେ ଭାଗ୍ୟ ପରୀକ୍ଷା କରିଥିଲେ। ୧୯୭୩ମସିହାରେ ଫିଲ୍ମ ବବି ସହ ସେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେବେଠୁ ଆଜି ଯାଏଁ ସେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ। ୧୯୭୦ମସିହାରେ ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକରରେ ଋଷି କପୁର ଜଣେ ଶିଶୁ କଳାକାର ଭୂମିକାରେ ନଜର ଆସିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons