ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା!

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ୩୪ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଖି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଘରେ କାମ କରୁଥିବା ମେଡ ପୋଲିସକୁ ଏବିଷୟରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି।
ସେ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଏକତା କପୁରଙ୍କ ପବିତ୍ର ରିସ୍ତାରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ଫିଲ୍ମ କାଇ ପୋ ଚେ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟର ମଧ୍ୟ ପ୍ରଶଂସା ମିଳିଥିଲା।
ଏହାପରେ ସେ ଶୁଦ୍ଧ ଦେଶୀ ରୋମାନ୍ସରେ ବାଣୀ କପୁର ଏବଂ ପରିଣୀତି ଚୋପ୍ରାଙ୍କ ସହ ନଜର ଆସିଥିଲେ। କିନ୍ତୁ ସେ ପୂର୍ବତନ ଅଧିନାୟକ ଏମ ଏସ୍ ଧୋନିଙ୍କ ଚରିତ୍ର ପାଇଁ ଅଧିକ ଚର୍ଚ୍ଚିତ ହୋଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଥିଲା ଯାହା ଶହେ କୋଟି କଲେକ୍ସନ୍ ଦେଇଥିଲା। ସୁଶାନ୍ତ ଏହା ବ୍ୟତୀତ ସୋନଚିଡ଼ିଆ ଏବଂ ଛିଛୋରେ ଭଳି ଫିଲ୍ମରେ ନଜର ଆସିଥିଲେ। କିଛି ଦିନ ତଳେ ତାଙ୍କ ମ୍ୟାନେଜର ରହିଥିବା ଦିଶା ସାଲିଏନ ମଧ୍ୟ ୧୫ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ସେ ଏବେ ବଲିଉଡରେ ଜଣେ ଉଦୀୟମାନ କଳାକାର ଭାବେ ପରିଚିତ ଥିଲେ। ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଏଭଳି ପରିସ୍ଥିତିରେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons