ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା। ନାବାଳିକାଙ୍କୁ ଗର୍ଭବତୀ କରି ଶିକ୍ଷକ ଗିରଫ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଥାନା ଅନ୍ତର୍ଗତ କିଚିପାଲି ଗ୍ରାମର ବାସିନ୍ଦା ତଥା ଚାଲାନଗୁଡା ପଞ୍ଚାୟତର ଅନ୍ତର୍ଗତ ନୂଆଗୁଡା ଗ୍ରାମ୍ୟ ବିଦ୍ୟାଳୟର ଶିକ୍ଷକ ସରା ପଡ଼ିଆମୀ (୨୫)ଙ୍କୁ ଆଜି ପୁଲିସ ଗିରଫ କରିଛି।
ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ଥିବା ତାଙ୍କ ପରିବାର ଲୋକେ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଭାଇ ଗତକାଲି ଏନେଇ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଥାନା ଆଇଆଇସି ରାମପ୍ରସାଦ ନାୟକ ଥାନା କେସ ନମ୍ବର ୧୫୫/୨୦୨୦ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଶ୍ରୀ ପଡ଼ିଆମୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଆଜି ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।
Comments are closed, but trackbacks and pingbacks are open.