ଦଶରଥପୁର,(ବି.ବି.ନୁ୍ୟଜ୍): ସାରା ରାଜ୍ୟରେ ଏବେ ସ୍ମିତାରାଣୀ ନିଅାଁ ଜଳୁଛି । ଏହି ମାମଲା ଉପରୁ ପରଦା ଉଠି ପାରୁନଥିବା ବେଳେ ପୁଣି ଏକ ଘଟଣା ଚର୍ଚ୍ଚାକୁ ଆସିଛି । ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ୩ଜଣ ଯୁବକ ଅପହରଣ କରି ନେଇ ବଳାକ୍ରାର ଉଦ୍ୟମ କରିଥିଲେ । ସେ ବିରୋଧ କରିବାରୁ ତାକୁ ମରଣାନ୍ତକ ଆକ୍ରମଣ କଲେ । ପରେ ମୁର୍ମୂଷ ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଛାଡ଼ି ଦେଇ ଦୁଇଜଣ ଯୁବକ ଫେରାର ହୋଇଯାଇଥିଲେ । ଉକ୍ତ ନାବାଳିକାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଧାମନଗରରୁ ଭଦ୍ରକ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଆଜି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଜଣକ ଆଖି ବୁଜିଥିବା ଜଣାପଡ଼ିଛି । ପୁଲିସ ଏ ଯାଏ କାହାରିକୁ ଗିରଫ କରିନଥିବା ବେଳେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ମୃତ ନାବାଳିକା ଜଣକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ମିର୍ ସରଫତ୍ ଅଲ୍ଲୀଙ୍କ ଝିଅ ତବସୁନ୍ ଖାତୁନ୍(୧୪)ବୋଲି ଜଣାପଡ଼ିଛି ।
ସରଫତ୍ ଅଲ୍ଲୀଙ୍କ ଅଭିଯୋଗ ମୁତାବକ, ଗତକାଲି ଶନିବାର ଥିବାରୁ ତବସୁନ୍ ସକାଳୁ ବିଦ୍ୟାଳୟକୁ ଯାଇଥିଲେ । ଦିନ ପ୍ରାୟ ୧୧ଟା ସମୟରେ ସେ ଘରକୁ ଫେରିଥିଲେ । ଅପରାହ୍ଣ ପ୍ରାୟ ୧ଟା ସମୟରେ ସରଫତ୍ ଘରକୁ ଆସିବାରୁ ତବସୁନ୍ ତାଙ୍କୁ ଖାଇବାକୁ ଦେଇଥିଲେ । ପରେ ଭଉଣୀ ସହ ଘର ବାହାରେ ଖେଳୁଥିଲେ । ଅପରାହ୍ଣ ପ୍ରାୟ ୨.୩୦ସମୟରେ ଭଦ୍ରକ ଜିଲ୍ଲା ଧାମନଗରର ସେକ୍ ବିଦେସ୍ଙ୍କ ପୁଅ ସେକ୍ ନନ୍, ସେକ୍ ମଦୋଙ୍କ ପୁଅ ସେକ୍ ମିନି(୨୨) ଓ ସେମାନଙ୍କର ଜଣେ ସାଥୀ ବାଇକ୍ରେ ଆସି ତବସୁନ୍ଙ୍କୁ ଅପହରଣ କରି ନେଇଥିଲେ । ଏହାକୁ ଗ୍ରାମବାସୀ ଦେଖିଥିଲେ ମଧ୍ୟ ସେମାନେ ଦ୍ରୁତ ଗତିରେ ବାଇକ୍ ଚଳାଉଥିବାରୁ ଅଟକାଇ ପାରିନଥିଲେ । କିଛି ବାଟ ଯିବା ପରେ ଏକ ଜନଶୂନ୍ୟ ସ୍ଥାନ ଦେଖି ତବସୁନ୍ ସହ ବଳାକ୍ରାର ଉଦ୍ୟମ କରି ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯୁବକମାନଙ୍କ ଆକ୍ରମଣରେ ତବସୁନ୍ ଗୁରୁତର ହୋଇପଡ଼ିଥିଲା । ପରେ ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ଧାମନଗର ମେଡିକାଲକୁ ନେଇଯାଇଥିଲେ । ଡାକ୍ତରଖାନାରେ ତବସୁନ୍କୁ ଛାଡ଼ି ଦେଇ ଅଭିଯୁକ୍ତମାନେ ଚମ୍ପଟ୍ ମାରିଥିଲେ ।
ଖବର ପାଇ ତବସୁନ୍ଙ୍କ ବାପା ସରଫତ୍ ଓ କିଛି ସଂପର୍କୀୟ ଧାମନଗର ମେଡିକାଲରେ ପହଞ୍ଚô ସେଠାରୁ ତାଙ୍କ ଝିଅକୁ ପାଇନଥିଲେ । ଝିଅକୁ ଭଦ୍ରକ ମେଡିକାଲକୁ ପଠାଇ ଦିଆଯାଇଥିବା ଡାକ୍ତରଙ୍କଠାରୁ ଜାଣିଥିଲେ । ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚô ଥିଲେ । ଝିଅର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକସ୍ଥିତ ଏସ୍ସିବିକୁ ସ୍ଥାନାନ୍ତର କରିଥିଲେ । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତବସୁନ୍ର ମୃତୁ୍ୟ ଘଟିଥିବା ଜଣାପଡ଼ିଛି ।
ଏ ନେଇ ସରଫତ୍ ଆଜି ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା(କେସ୍ ନଂ ୩୧୮/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମଙ୍ଗଳପୁର ପୁଲିସ ଏହି ଘଟଣାରେ ଗୋଟିଏ ହିରୋ ସିବିଜେଡ ବାଇକକୁ ଜବତ କରିଛି । ଏ ନେଇ ଥାନାଧିକାରୀ ଅସିତ୍ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ । ନାବାଳିକାଜଣକ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ଘଟଣା ଘଟିଥିବା ସ୍ଥାନକୁ ଯାଇ ତଦନ୍ତ କରି ଫେରିଛୁ । ଖୁବ୍ଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚନ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.