ବସରୁ ଗଞ୍ଜେଇ ଜବତ, ୩ ମହିଳା ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବସ୍ରେ ମହିଳା ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ଗଞ୍ଜେଇ । ପୁଲିସ ଚଢଉ କରି ସେମାନଙ୍କ ପାଖରୁ ୨୨ କେଜି ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା କୋଟପାଡ ସହର ଡମ୍ବସାହିର ରୀତା ହରିଜନ(୩୫), ୱାର୍ଡ ନମ୍ବର ୧୦ର ବିନତି ହରିଜନ(୫୫) ଓ ବରଦୁଆର ସାହିର ଭଗବତୀ ହରିଜନ(୩୪) । ସମ୍ପୃକ୍ତ ବସ୍ର ଡ୍ରାଇଭର ଓ ହେଲପର୍ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ ସୂଚନା ଅନୁସାରେ, ଏମାନେ କୋଟପାଡରୁ ବୋରିଗୁମ୍ମା ଆସି ବ୍ରହ୍ମପୁରରୁ ନବରଙ୍ଗପୁର ଆସୁଥିବା ଏକ ଘରୋଇ ବସ୍ରେ ଚଢିଥିଲେ । ନବରଙ୍ଗପୁରରୁ ଉମରକୋଟ ଦେଇ ରାୟପୁର ବସ୍ଷ୍ଟାଣ୍ଡରେ ଗଞ୍ଜେଇ ପହଞ୍ଚାଇବାର ଥିଲା । ଏହି ସୂଚନା ପୂର୍ବରୁ ପୁଲିସକୁ ମିଳିଥିଲା । ଏମାନେ ତିନୋଟି ଏୟାର ବ୍ୟାଗରେ ଗଞ୍ଜେଇ ରଖି ସତର୍କତାର ସହ ବସ୍ରେ ଯାଉଥିଲେ । ଚଢଉବେଳେ ବ୍ୟାଗଗୁଡିକରେ ଗଞ୍ଜେଇ ଥିବା ଜଣାପଡିଥିଲା । ଏହି କାରବାର ପଛରେ ଆଉ କିଏ ରହିଛନ୍ତି ସେ ନେଇ ଖୋଳତାଡ ଆରମ୍ଭ ହୋଇଥିବା ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons