ବସରୁ ଗଞ୍ଜେଇ ଜବତ, ୫ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଚେକ୍ ଗେଟଠାରେ ଗତ ରବିବାର ରାତିରେ ପୁଲିସ ଚଢଉ କରି ଏକ ବସ୍ରୁ ଦୁଇ ବ୍ୟାଗ ଗଞ୍ଜେଇ ଜବତ କରିଛି । ବସ୍ଟିକୁ ମଧ୍ୟ ପୁଲିସ କିଛି ସମୟ ପାଇଁ ଅଟକ ରଖି ଯାଞ୍ଚ କରିଛି । ଗାଡି ଡ୍ରାଇଭର, କଣ୍ଡକ୍ଟର ଓ ହେଲପର୍ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି । ମୋଟ ୩୭ କେଜି ୫ ଶହ ଗ୍ରାମ ଗଞ୍ଜେଇ ମିଳିଛି । ମୋଟ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନୂଆଦିଲ୍ଲୀର ଅଭିଶେକ ପାଥକ, ମାଲକାନଗିରି ଏମଭି-୪୨ ର ଅଜିତ ଡାକୁଆ, ବସ୍ କଣ୍ଡକ୍ଟର ତଥା ଜୟପୁର ଜୟନଗରର ଅକ୍ଷୟ ପାଢି, ବସ୍ ହେଲପର୍ ମାଲକାନଗିରିର ନବୀନ ଗୌଡ, ବସ୍ ଚାଳକ କାଲିମେଳା ଏମପିଭି-୩୦ ର ସୁଦାନ ରାୟ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ଚାଲିଥିବା ମୋଟୁ ଥାନା ଆଇଆଇସି ସୁକାନ୍ତ କୁମାର ସାହୁ କହିଛନ୍ତି । ପାଞ୍ଚଟି ମୋବାଇଲ୍ ଫୋନ, ୫ ହଜାର ୫ ଶହ ଟଙ୍କା ମଧ୍ୟ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons