
ମୈଦଲପୁର,(ବି.ବି.ନୁ୍ୟଜ):ଯାତ୍ରୀବାହୀ ବସ୍ରୁ ଜବତ ହେଲା ଗଞ୍ଜେଇ । ଏଥିରେ ସମ୍ପୃକ୍ତ ଏକ ଦମ୍ପତିକୁ ଅଟକ କଲା ପୁଲିସ । ଗଞ୍ଜେଇକୁ ଧରିବାରେ ସଫଳ ହୋଇଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୈଦଲପୁର ପୁଲିସ । ସମ୍ପୃକ୍ତ ବୁଲ୍ବୁଲ୍ ନାମକ ବସ୍(ଓଡି୦୩ଏଫ ୮୬୫୫) କର୍ମଚାରୀଙ୍କୁ ପୁଲିସ ମଧ୍ୟ ପଚରାଉଚରା କରିଛି । ତିନୋଟି ଏୟାର ବ୍ୟାଗରେ ଥିବା ମୋଟ ୨୬ କେଜି ଗଞ୍ଜେଇ ଜବତ ହୋଇଛି । ଅଟକ ଦମ୍ପତି ହେଲେ ବିହାରର ନନ୍ଦ କୁମର(୨୩) ଓ ଦାମନଯୋଡ଼ିର ସୁଷମା ଗୁଣ୍ଠା(୩୨) ।
ସୂଚନା ଅନୁସାରେ, ଗତ ଗୁରୁବାର ରାତି ପ୍ରାୟ ୧୦ ଟାରେ ଏହି ମାମଲା ଘଟିଛି । ସନେ୍ଦହ କରି ପୁଲିସ ଯାଞ୍ଚ କରୁଥିବାବେଳେ ଗାଡିର ପଛ ଡିକିରୁ ୩ ଟି ଏୟାର ବ୍ୟାଗ ମିଳିଥିଲା । ବ୍ୟାଗରେ ଗଞ୍ଜେଇ ପ୍ୟାକେଟ ରହିଥିବା ଜଣାପଡିଥିଲା । ପରେ ପୁଲିସ ନନ୍ଦ ଓ ସୁଷମାକୁ ଅଟକ ରଖିଥିଲା । ଅତିରିକ୍ତ ତହସିଲଦାର ମଧୁସୂଦନ ମାଝିଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ହୋଇଥିଲା । ଓଜନ ବେଳେ ଏହା ୨୬ କେଜି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଫାଣ୍ଡି ଅଧିକାରୀ ଅନାମ ଦିଆନ କହିଛନ୍ତି । ବସ୍ରେ ୨୫ ଜଣ ଯାତ୍ରୀ ଥିବାବେଳେ ଯାଞ୍ଚବେଳେ ହଇରାଣ ହୋଇଥିଲେ ।


Comments are closed, but trackbacks and pingbacks are open.