ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗିଦେଲେ!

Get real time updates directly on you device, subscribe now.

ଚମ୍ପୁଆ,(ବି.ବି.ନୁ୍ୟଜ୍): ବୈତରଣୀ ନଦୀରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଦୁଇଟି ଗଳିତ ମୃତଦେହ ଉଦ୍ଧାର ହୋଇଛି । ବସ୍ତା ଭିତରୁ ଏକା ସାଙ୍ଗେ ଜଣେ ପୁରୁଷ ଏବଂ ମହିଳାଙ୍କ ମୃତ ଦେହ ବାହାରିଥିବାବେଳେ ପ୍ରେମ ସମ୍ପର୍କ କିମ୍ବା ପରକ୍ରିୟା ପ୍ରୀତିକୁ ନେଇ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଗତ ଶୁକ୍ରବାର ସନ୍ଧ୍ୟାରୁ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅର୍ନ୍ତଗତ ଫୁଲକଅଁଳେଇ ଖଲିଚଉପତି ବୈତରଣୀ ନଦୀ ଘାଟରେ ଏକ ଅଖାରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଶନିବାର ଘଟଣାସ୍ଥଳରେ ବାରିଆ ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ସମେତ ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀ ହରିହର ପାଣି ପହଞ୍ଚି ଅଖାକୁ କୂଳକୁ ଆଣି ଖୋଲିବା ପରେ ସେଥିରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ମୃତ ଦେହ ମିଳିଥିଲା । ପୁରୁଷ ଜଣକ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବାବେଳେ ମହିଳା ଜଣକ ଶାଢି ଉପରେ ସ୍ୱେଟର ପିନ୍ଧିଛନ୍ତି । ମୃତଦେହ ଗୁଡିକୁ ଅଖାରେ ପୂରାଇ ତା ମଧ୍ୟରେ ପଥର ଦେଇ ପାଣିକୁ ଫିଙ୍ଗାଯାଇଥିଲା । ଶବ ଦୁଇଟି ପାଣିରେ ପଚି ଫୁଲିବା ପରେ ଭାସିବା ଯୋଗୁ ଲୋକଙ୍କ ନଜରରେ ପଡିଥିଲା । ଉଭୟଙ୍କୁ ହତ୍ୟା କରାଯିବା ପରେ ପ୍ରମାଣ ଲୁଚାଇବାକୁ ଏଭଳି ଯୋଜନାବଦ୍ଧ ଭାବେ ପାଣିରେ ଫିଙ୍ଗା ଯାଇଥିବା ଅନୁମାନ କରୁଛି ପୁଲିସ । ଦୀର୍ଘ ସମୟ ଧରି ପାଣିରେ ରହିଥିବାରୁ ମୃତଦେହ ଗୁଡିକ ପଚି ଯାଇଥିବାବେଳେ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ସୂଚନା ଦେଇଛି ପୁଲିସ । ନଦୀରୁ ଏଭଳି ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons