ବସ୍ରୁ ଚୋରି ଘଟଣା:୨୬ ମୋବାଇଲ୍, ୪ ଟିଭି ଜବତ

Get real time updates directly on you device, subscribe now.

ମୋହନା, (ବି.ବି.ନୁ୍ୟଜ୍): ଅଡବା ଥାନା ବିରିକୋଟ ଗ୍ରାମ ନିକଟରୁ ‘ସାରଳା’ ନାମକ ଏକ ରାତ୍ର କାଳୀନ ଏrପ୍ରେସ୍ ବସ୍ରୁ ଚୋରି ହୋଇଥିଲା । ଏହି ଘଟଣାରେ ପୁଲିସ ୩ଜଣ ଜଣେ ନାବାଳକକୁ ଧରିବା ସହ ସେମାନଙ୍କ ଠାରୁ ୨୬ଟି ମୋବାଇଲ ଫୋନ୍ ଓ ୪ଟି ଏଲ୍ଇଡି ଟିଭି ଜବତ କରିଛି । ସମସ୍ତ ନାବାଳକ ବିରିକୋଟ ଅଞ୍ଚଳରବୋଲି ଜରାପଡ଼ିଛି । ସମସ୍ତ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଲୋକ ରଞ୍ଜନ ଜଗଦଲା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଜୁଲାଇ ୨୦ ତାରିଖ ଦିନ ଭୁବନେଶ୍ୱର ଠାରୁ ରାୟଗଡ଼ା ଯାଉଥିବା ‘ସାରଳା’ ନାମକ ଏକ ଘରୋଇ ବସ୍ରେ ଭୁବନେଶ୍ୱରର ଜଣେ ବ୍ୟବସାୟୀ ରାୟଗଡ଼ାକୁ ମୋବାଇଲ ଓ ଏଲ୍ଇଡି ଟିଭି ପଠାଇଥିଲେ । ବିରିକୋଟ ନିକଟସ୍ଥ ଫୁଲଛାଞ୍ଚୁଣି ମନ୍ଦିର ନିକଟରୁ ନାବାଳକମାନେ ବସ୍ ଉପରେ ଚଢି ୪୦ଟି ମୋବାଇଲ ଓ ୧୦ଟି ଏଲ୍ଇଡି ଟିଭିଙ୍କୁ ଚୋରିକରି ନେଇଥିଲେ । ଯାହାର ଆନୁମାନିକ ମୁଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ବ୍ୟବସାୟୀ ସାରଦା ପ୍ରସାଦ ମହାନ୍ତି ଅଡ଼ବା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଡ଼ବା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ମୋବାଇଲ ଟ୍ରାକିଙ୍ଗ କରି ଉକ୍ତ ଚୋରି ଜିନିଷ ଜବତ କରିବାରେ ସଫଳ ହୋଇଥିଲା ପୁଲିସ । ଏହି ଘଟଣାରେ ଆଉ କାହାର ସମ୍ପତ୍ତିି ରହିଛି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons