ବସ୍ରେ ୧୧ କେଭି ତାର ଲାଗି ୧୧ ମୃତ

Get real time updates directly on you device, subscribe now.

ବ୍ରହ୍ମପୁର/ବୁଗୁଡ଼ା (ବି.ବି.ନୁ୍ୟଜ୍): ଏଗାର କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍ । ଫଳରେ ବିଦୁ୍ୟତ ସ୍ପର୍ଶରେ ପୋଡ଼ିଯାଇ ୧୧ ଜଣଙ୍କ ମୃତୁ୍ୟ ଘଟିଛି । ଘଟଣାସ୍ଥଳରେ ୯ ଜଣ ପ୍ରାଣ ହରାଇଥିଲେ । ରାତିରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତୁ୍ୟ ଘଟିଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମେଣ୍ଢରାଜପୁର ନିକଟରେ ରବିବାର ଦିନ ପ୍ରାୟ ଗୋଟାଏରେ ଘଟିଛି ଅଘଟଣ । ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ୫ ମହିଳା ଓ ୩ ପୁରୁଷ ରହିଛନ୍ତି । ମୃତକମାନେ ହେଲେ ସନ୍ତୋଷିନୀ ସାହୁ (୧୫), ବି.ଏରେମା ରେଡ୍ଡି (୩୮), ବି.ଆଚିଆମ୍ମା (୬୫), କେ.ସନ୍ଧ୍ୟା (୩୫), ବି.ମୋହିନୀ (୪୦), ସିଏଚ୍.ତୁଳସୀଆମ୍ମା (୩୭), ସିଏଚ୍.କାମରାଜୁ ରେଡ୍ଡି (୬୫), ବି.ରାମେୟା (୫୫), ବି.ତାରିଣେୟା ରେଡ୍ଡି (୫୭) ଓ ୟୁ, ଦେବରାଜ ।

କେ.ସନ୍ଧ୍ୟାଙ୍କ ଘର ବଡ଼ଚନ୍ଦନପୁର ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ଘର ଡଙ୍କଲପାଡୁ ଗ୍ରାମ । ସେପଟେ ୯ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୧୮ ଜଣଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜାରି ରହିଛି । ମେଣ୍ଢରାଜପୁର ଗ୍ରାମରୁ ଚିକରଡ଼ା ଯାଉଥିଲା ବସ୍ । ବସ୍ରେ ଥିଲେ ୪୦ରୁ ଊଦ୍ଧ୍ୱର୍ ଯାତ୍ରୀ । ନିର୍ବନ୍ଧ କାର୍ଯ୍ୟରେ ଯାଉଥିଲା ବସ୍ । ଗ୍ରାମ୍ୟ ରାସ୍ତାରେ ତଳକୁ ଓହଳି ରହିଥିବା ୧୧ କେଭି ବିଦୁ୍ୟତ୍ ତାର ବସ୍ର ଛାତ ଉପର କ୍ୟାରିୟର୍ (ସାମଗ୍ରୀ ପରିବହନ ନିମନ୍ତେ ଉଦ୍ଧିଷ୍ଟ)ର ଏକ ଲୁହା ହୁକ୍ରେ ଲାଗି ଯାଇଥିଲା । ତତ୍କ୍ଷଣାତ୍ ବସ୍ରେ ବିଦୁ୍ୟତ୍ ପ୍ରବାହ ହୋଇ ଜଳି ଯାଇଥିଲେ ଅଧିକାଂଶ ଯାତ୍ରୀ । ସମସ୍ତ ଗୁରୁତରଙ୍କ ଗୋଡ଼ ଓ ହାତ ଜଳି ଯାଇଥିବା ଦେଖିବାକୁ ମିଳିଛି । ବିଦୁ୍ୟତ୍ ବିଭାଗର ଖାମଖିଆଲ ନୀତି ଓ ବସ୍ ଡ୍ରାଇଭର୍ଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ଘଟଣାରୁ ପ୍ରକାଶ ଯେ ଡଙ୍କଲପାଡୁର ଓମ୍ ହରି (ଅଶୋକ)ଙ୍କ ସହ ଚିକରଡ଼ା ଗ୍ରାମର ପଦ୍ମା (ପଲ୍ଲବୀ)ଙ୍କ ବିବାହ ମଙ୍ଗଳବାରକୁ ସ୍ଥିର ହୋଇଥିଲା । ରବିବାର ନିର୍ବନ୍ଧ ପାଇଁ ଡଙ୍କଲପାଡୁରୁ ବରଯାତ୍ରୀ ଦଳର ପରିବାର ବର୍ଗ ଓ ସମ୍ପର୍କୀୟ କନ୍ୟା ପକ୍ଷ ଚିକରଡ଼ା ଗ୍ରାମ ଅଭିମୁଖେ ବସ୍ (ସିଲ୍କ ସିଟି, ଓଆର୍୦୭ଟି-୧୪୪୧) ଯୋଗେ ଯାତ୍ରା କରୁଥିଲେ । ତେବେ ମେଣ୍ଢରାଜପୁର ନିକଟରେ ଏହି ଅଘଟଣ ଘଟିଥିଲା । ବିଦୁ୍ୟତ୍ ତାର ଓହଳି ରହିଥିଲା । ଡ୍ରାଇଭର୍ ତାହାକୁ ଅଣଦେଖା କରି ବସ୍କୁ ଆଗେଇ ନେଇଥିଲେ । ଉଚ୍ଚକ୍ଷମତା ସମ୍ପନ୍ନ ବିଦୁ୍ୟତ୍ ତାର ବସ୍ ଛାତ ଲୁହା ଆଙ୍କୁଡ଼ାରେ ଲାଗି ଯାଇଥିଲା । ଫଳରେ ବସ୍ରେ ବିଦୁ୍ୟତ୍ ପ୍ରବାହିତ ହୋଇ ଯାତ୍ରୀମାନଙ୍କୁ ଝଟ୍କା ଲାଗିଥିଲା । ବସ୍ର ସମ୍ମୁଖ ଭାଗରେ ବସିଥିବା କିଛି ଯାତ୍ରୀ ଭୟଭୀତ ହୋଇ ତରବରରେ ଓହ୍ଲାଇ ଆସିବାକୁ ଚେଷ୍ଟା କରିବା ବେଳେ ଜଳି ଯାଇଥିଲେ । ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତୁ୍ୟ ଘଟିଥିଲା । ପ୍ରାଣ ରକ୍ଷା କରିବାକୁ ଆର୍ତ୍ତ ଚିକ୍ରାର କରିଥିଲେ ବସ୍ର ସମସ୍ତ ଯାତ୍ରୀ । କନ୍ଦାକଟାରେ ଫାଟିଥିଲା ସମଗ୍ର ଅଞ୍ଚଳ । ଚିକ୍ରାର ଶୁଣି ପହଞ୍ଚିଥିଲେ ସ୍ଥାନୀୟ ଲୋକ । ପ୍ରଥମେ ଲୋକଙ୍କୁ ସିଟ୍ରେ ବସି ରହିବାକୁ, କୌଣସି ଲୁହା ସାମଗ୍ରୀ ନଧରିବାକୁ ପାଟି କରି କହିଥିଲେ । ତୁରନ୍ତ ବିଦୁ୍ୟତ୍ ବିଭାଗକୁ ଖବର ଦିଆଯାଇ ସଂଯୋଗ ବିଚ୍ଛିନ୍ନ କରି ଲୋକଙ୍କୁ ଉଦ୍ଧାର କରାଯାଇ ଥିଲା । ସ୍ଥାନୀୟ ବାସିନ୍ଦା ଗୁରୁତରମାନଙ୍କୁ ବାଇକ୍, ମାରୁତି ଭ୍ୟାନ୍ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ । ପ୍ରାୟ ୪୫ ମିନିଟ୍ ପରେ ଆମ୍ବୁଲାନ୍ସ, ଦମକଳ ବାହିନୀ, ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପରିବାର ଲୋକ ମୁଣ୍ଡ ପିଟି କାନ୍ଦୁଥିବା ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା ।
ସେପଟେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ମୃତାହତଙ୍କୁ ଅଣାଯିବା ପରେ ସେଠାରେ ମଧ୍ୟ ଅଭାବନୀୟ ପରିସ୍ଥିତି । ମୃତକ, ଗୁରୁତର ଓ ସେମାନଙ୍କ ପରିଜନଙ୍କ ଚିକ୍ରାର, କାନ୍ଦଣାରେ ପରିବେଶ ଗମ୍ଭୀର ହୋଇଥିଲା । ଏମ୍କେସିଜିରେ ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସ, ଦମକଳ ଗାଡ଼ି ସମେତ ଅନ୍ୟ ଗାଡିÿରେ ଆହତମାନେ ଚିକିତ୍ସା ପାଇଁ ପହଞ୍ଚିଥିଲେ । କିଛି ମୃତଦେହକୁ ସମ୍ପର୍କୀୟମାନେ ଘରକୁ ନେଇଯିବାକୁ ଉଦ୍ୟମ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସେମାନଙ୍କୁ ବୁଝାସୁଝା କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ରଖିଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ, ଏସ୍ପି ପିନାକ ମିଶ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଚିକିଟି ବିଧାୟିକା ଉଷା ଦେବୀ, ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା, ବିଜେପି ନେତା କାହ୍ନୁଚରଣ ପତି ପ୍ରମୁଖ ଘଟଣାସ୍ଥଳ ଏବଂ ଏମ୍କେସିଜିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେପଟେ ଘଟଣାର ତଦନ୍ତ ପାଇଁ ପୃଥକ୍ ନିଦେ୍ର୍ଧଶ ଦିଆଯାଇଛି । ଡେପୁଟୀ ଇଲେକ୍ଟ୍ରିକାଲ୍ ଇନ୍ସପେକ୍ଟର୍ ସୁଧିର କୁମାର ମହାପାତ୍ରଙ୍କ ନେତୃତ୍ୱରେ ସାଉଥ୍କୋ ନିର୍ବାହୀ ଯନ୍ତ୍ରୀ ଦେବେଶ ପଣ୍ଡା ଓ ଟିମ୍ ଘଟଣାର ତଦନ୍ତ ପାଇଁ ଯାଇଛନ୍ତି । ବିଦୁ୍ୟତ୍ ତାର ରକ୍ଷଣାବେକ୍ଷଣ, ତଳକୁ ଓହଳି ରହିଥିବା ବିଦୁ୍ୟତ୍ ତାର ମାପଚୁପ କରି ତଦନ୍ତ କରିଛନ୍ତି । ସେପଟେ ବିଭାଗୀୟ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଦୁ୍ୟତ୍ ବିଭାଗ ଅବହେଳାକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତମାନଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ସେ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଟ୍ୱିଟର୍ ଜରିଆରେ ଶୋକବ୍ୟକ୍ତ କରିବା ସାଙ୍ଗକୁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons