ବସ୍‌କୁ ୬ଲକ୍ଷ ଟଙ୍କାର ଫାଇନ୍, ଟ୍ରାଫିକ୍ ନିୟମ ଉଲଂଘନ କରି ଗଣିଲେ ମୋଟା ଅଙ୍କର ତଣ୍ଡ

Get real time updates directly on you device, subscribe now.

ବୌଦ୍ଧ : ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି ଥରେ କଡା କଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି । ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି ।
ବୌଦ୍ଧ ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି ହେବା ପରେ ଗୁରୁବାର ଏକ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କାର ଫାଇନ୍ ଲାଗିଛି । ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ‘ମୀନାର’ ନାମକ ଏକ ଘରୋଇ ବସରୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଚାଲାଣ କାଟିଛନ୍ତି ବୌଦ୍ଧ ଜିଲ୍ଲା ଆରଟିଓ । ଏହି ବସଟି ଭୁବନେଶ୍ୱରରୁ ବୌଦ୍ଧ ଯାତାୟତ କରୁଥିଲା । ତେବେ ଆରଟିଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ‘ମୀନାର’ ବସ୍ ୫ଟି ଟ୍ରାଫିକ ନିୟମ ଉଲଂଘନ କରିଛି । ବସ୍ ଟି ବିନା ରେଜିଷ୍ଟ୍ରସନରେ ଚାଲୁଥିଲା । ଏଥିପାଇଁ ୫ହଜାର ଟଙ୍କାର ଚାଲାଣ କଟିଛି । ବସ୍ ର ରୁଟ୍ ପରମିଟ୍ ନଥିବାରୁ ୧୦ହଜାର ଟଙ୍କା ଫାଇନ୍ ଲାଗିଛି । ବସ୍ ର ଇନସ୍ୟୁରାନ୍ସ ନଥିବାରୁ ୨ହଜାର ଟଙ୍କାର ଫାଇନ୍ ଲାଗିଛି । ୨୦୧୮ ମସିହାରୁ ୨୦୨୦ ମସିହା ମଧ୍ୟରେ ବସର ଟ୍ୟାକ୍ସ ଫାଇନ-୬ ଲକ୍ଷ ୫୪ ହଜାର ୯୪୫ ଟଙ୍କା ଲାଗିଛି । ଏପରି ଭାବରେ ବସର ସମୁଦାୟ ଫାଇନ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କା ହୋଇଛି । ଚଳିତ ମାସ ୧ ତାରିଖରୁ ଟ୍ରାଫିକ ନିୟମ କଡାକଡି ହୋଇଥିବା ବେଳେ ବୌଦ୍ଧ ଆରଟିଓ ଆକ୍ଟିଭ ମୋଡରେ ଅଛନ୍ତି ।
ଟ୍ରାଫିକ୍ ନିୟମ ଉଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ସେହିପରି ଟ୍ରିପଲ ଡ୍ରାଇଭିଂ, ବିନା ହେଲମେଟ, ସିଟ୍ ବେଲ୍ଟ ନ ବାନ୍ଧିବା, ଦ୍ରୁତ ଗତିରେ ଗାଡି ଚାଳନା, ବିନା ବୀମା ଓ ଗାଡି କାଗଜପତ୍ର ନ ଥିବା ଗାଡି ଚାଳକଙ୍କଠାରୁ ଜରିମନା ଆଦାୟ କରାଯାଉଛି ।
ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ମାର୍ଚ୍ଚ ପହିଲାରୁ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons