ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଇକ୍, କାର୍ ଚୋରି ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବସ ଚୋରି ହେଉଥିବା ଘଟଣା କେବେ ଶୁଣିଛନ୍ତି କି? ରାଜଧାନୀରେ ଘଟିଛି ଏମିତି ଏକ ଘଟଣା । ତେବେ ଚୋର ସଂପର୍କରେ ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ଚୋର ହେଉଛି ଜଣେ ୧୯ ବର୍୍ୟୀୟ ଦିବ୍ୟାଙ୍ଗ । କଥା କହିପାରେନି କି ଶୁଣି ପାରେନି । ଏହି ସ୍ପେଶାଲ ଚୋରର ଏହା ପ୍ରଥମ ଚୋରି ନୁହଁ । ପୂର୍ବରୁ ୩ଟି ବସ୍ ଚୋରି କରି ଧରାପଡିÿ ଜେଲ୍ ବି ଯାଇଛି । ତଥାପି ଏହି ବଦଭ୍ୟାସ ଛାଡିନି ଜଗତସିଂହପୁର ତିର୍ତ୍ତୋଳ ଅଞ୍ଚଳ ମୂଳିସିଂହା ଗାଁର ଜ୍ଞାନରଞ୍ଜନ ସାହୁ(୧୯) । ବସ୍ ଚୋରି କରିବା ତା’ର ଏକ ସଉକ ଥିଲା ବୋଲି ପୁଲିସ କହିଛି ।
ବରମୁଣ୍ଡା ବସଷ୍ଟାଣ୍ଡରୁ ଶୁକ୍ରବାର ରାତିରେ ବସ ଚୋରି କରିନେଇ ଯାଉଥିଲାବେଳେ କଟକ ଚାଉଳିଆଗଞ୍ଜ ଥାନା ପୁଲିସ ହାବୁଡରେ ପଡ଼ିଥିଲା ଜ୍ଞାନ । ଶନିବାର ଖଣ୍ଡଗିରି ଥାନା ପୁଲିସ ତାକୁ ଗିରଫ କରିଛି । ପୁଲିସ୍ କେସ୍ ନମ୍ବର ୫୧୧/୨୦ରେ ଏକ ମାମଲା ରୁଜୁ କରିଛି । ଆଇପିସି ଦଫା ୩୭୯ ବଳରେ ତାକୁ କୋର୍ଟ ଚାଲାଣ କରାଯାଇଛି ।
ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ଜ୍ଞାନ ଜଣେ ମୂକ ବଧୀର । ସେ ପୂର୍ବରୁ ୩ଟି ଥର ବସ୍ ଚୋରି କରିଛି । ଆଉ ସବୁଥର ଧରା ବି ପଡିÿଛି । ୨ ବର୍ଷ ତଳେ ବାଲେଶ୍ୱରରୁ ଗୋଟିଏ ବସ୍ ଚୋରି କରିଥିଲା । ବାଲେଶ୍ୱର ଟାଉନ୍ ଥାନା ପୁଲିସ ତାକୁ ଜେଲ୍ ପଠାଇଥିଲା । ଜାମିନ୍ ଫେରିବାର କିଛି ମାସ ପରେ ପୁଣି କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡରୁ ଲଗାତର ଦୁଇଟି ବସ୍ ଚୋରି କରିଥିଲା । ଦୁଇଥର ଯାକ ଧରାପଡି ଜେଲ୍ ଯାଇଛି । ଆଉ ଏବେ ଭୁବନେଶ୍ୱରରୁ ଚୋରି କରି ଧରାପଡିଛି । ବାଦାମବାଡିÿ ଲିଙ୍କ୍ରୁ ତା’ର ପରିଚୟ ମିଳିଛି । ଏହାଛଡ଼ା ଅନ୍ୟ କିଛି ବସ୍ଷ୍ଟାଣ୍ଡରୁ ଚୋରି କରିଥିବା ବସ୍କୁ ଚଳାଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି ।
ବସ୍ ମାଲିକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ରାତି ୯ଟାରେ ବସ୍ ହେଲ୍ପର ୧୫ ମିନିଟ୍ ପାଇଁ ଖାଇବାକୁ ଯାଇଥିଲା । ୟା ଭିତରେ ସେ ଜନଗହଳିପୂର୍ଣ୍ଣ ବସ୍ଷ୍ଟାଣ୍ଡରୁ ବସ୍ ନେଇ ପଳାଇଥିଲା । ଚୋରଟି ଖୁବ୍ ଧୂର୍ତ୍ତ । ତା’ ପଛରେ ଆହୁରି କିଛି ବ୍ୟକ୍ତି ସାମିଲ୍ ଅଛନ୍ତି । ର୍ୟାକେଟ୍ ବି କାମ କରୁଛି । ପୁଲିସ୍ ଏମାନଙ୍କୁ ଖୋଜି କାର୍ଯ୍ୟାନୁÂାନ ନେଉ ।
Comments are closed, but trackbacks and pingbacks are open.