ବସ୍-ଟ୍ରକ୍ ମୁହାଁମୁହିଁ: ବସ୍ ଡ୍ରାଇଭର ଗୁରୁତର, ୨୫ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ରାଜାବସା ନିକଟରେ ଶନିବାର ସନ୍ଧ୍ୟାରେ ‘ଦୁଲହନ’ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛି । ବସ୍ରେ ୬୦ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ । ଏଥିରେ ବସ୍ ଡ୍ରାଇଭର ଗୁରୁତର ହୋଇଥିବାବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ଖବର ପାଇ ବିଶୋଇ ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ, ଏଏସ୍ଆଇ- ନିରଞ୍ଜନ ସୋରେନ୍ ଘଟଣାସ୍ଥଳରେ ପହଞ୍ଚô ତଦାରଖ କରିଥିଲେ । ବସ୍(ଓଡ଼ି-୧୧ଡି-୪୩୪୩)ଟି ବାରିପଦାରୁ ସୁଲେଇପାଟକୁ ଯାତ୍ରା କରୁଥିଲା ।ସେହି ସମୟରେ ଏକ ଟ୍ରକ୍ (ସିଜି-୦୪-ଏମ୍ଇ-୩୬୧୩)ଟି ରାୟପୁରରୁ-କୋଲକତା ଆସୁଥିବା ବେଳେ ମୁହାଁମୁହିଁ ହୋଇଥିଲା । ବସ୍ ଭିତରେ ଦୀର୍ଘ ୧ଘଣ୍ଟା ଧରି ବସ୍ ଡ୍ରାଇଭର ଷ୍ଟେରିଙ୍ଗରେ ଚାପି ହୋଇ ରହିଥିବାବେଳେ ବିଶୋଇ ଦମକଳ ବାହିନୀ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ବିଶୋଇ ପୁଲିସ ଭ୍ୟାନ ସମେତ ଅନ୍ୟ ଗାଡ଼ିରେ ଆହତମାନଙ୍କୁ ବିଶୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ବସ୍ ଡ୍ରାଇଭର ଓ ହେଲପରଙ୍କୁ ୧୦୮ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଛି । ସେଠାରେ ବସ୍ ଡ୍ରାଇଭର ରାଇରଙ୍ଗପୁର ଗ୍ରମାଞ୍ଚଳ ଥାନା ଆମ୍ବଡ଼ିହା ଗ୍ରାମର ମନୋଜ କୁମାର କିସ୍କୁ(୨୫)ଙ୍କ ସହ ୫ଜଣ ଆହତ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ଆହତ ମାନେ ବିଶୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଛାଡ଼ିଦିଆଯାଇଛି । ଦୁର୍ଘଟଣା ପରେ ରାସ୍ତା ଜାମ୍ ହୋଇଯାଇଥିଲା । କ୍ରେନ୍ ଦ୍ୱାରା ବସ୍କୁ ରାସ୍ତାରୁ ହଟା ଯିବା ପରେ ରାସ୍ତାରେ ଗାଡ଼ି ମଟର ସ୍ୱାଭାବିକ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons