ବେତନଟୀ,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଗ୍ଧା ଛକ ନିକଟ ୧୮ନଂ ଜାତୀୟ ରାଜପଥରେ ଏକ ବସ୍ ଧକ୍କାରେ ରବିବାର ସକାଳେ ଜନୈକ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସ୍ଥାନୀୟ ସୁରେଇଡିହି ଗ୍ରାମର ବନମାଳୀ ମହାନ୍ତ(୬୫) । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଣ୍ଟାଏ ବ୍ୟାପି ରାସ୍ତାରୋକ କରିଥିଲେ ।
ସୂଚନା ମୁତାବକ ବନମାଳୀ ବିଲ କାମ ସାରି ଘରକୁ ଫେରୁଥିବା ବେଳେ ରାଗ୍ଧା ଛକ ନିକଟରେ ଏନଏଚ ପାରି ହେଉଥିଲେ । ଏହି ସମୟରେ ଭୁବନେଶ୍ୱରରୁ ବାରିପଦା ଯାଉଥିବା ମନିଷା(ଅଜୟ) ନାମକ ଏକ ଘରୋଇ ବସ୍(ଓଡି-୦୫ପି-୮୧୯୯) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବନମାଳୀଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଥିଲା ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ଲୋକେ ଘଣ୍ଟାଏ ଧରି ରାସ୍ତାରୋକ କରିଥିଲେ । ରାସ୍ତାରୋକ ଯୋଗୁ ଏନଏଚର ଉଭୟ ପାଶ୍ୱର୍ରେ ଗାଡ଼ିମୋଟର ଅଟକି ରହିବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦାବି ମୁତାବକ ବସ୍ ମାଲିକ କ୍ଷତିପୂରଣ ବାବଦକୁ କିଛି ଅର୍ଥରାଶି ପ୍ରଦାନ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସହାୟତା କରିଥିଲେ । ଶେଷରେ ରାସ୍ତାରୋକ ହଟିଥିଲା । ଏନେଇ ଏକ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ୍ ମାମଲାର ତଦନ୍ତ କରୁଛନ୍ତି ।
Comments are closed, but trackbacks and pingbacks are open.