ଢେ଼ଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ରେଙ୍ଗାଳି ବାମ କେନାଲ୍ କୁଲେଇ-ବସୁଲେଇ ପୂର୍ତ୍ତ ବିଭାଗ ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମା’-ପୁଅଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ମୃତକ ହେଲେ ବସୁଲେଇ ଗ୍ରାମର ବୁଦ୍ଧିମନ୍ତ ନାଏକଙ୍କ ପତ୍ନୀ କଳାବତୀ ନାଏକ(୪୫) ଓ ତାଙ୍କ ପୁଅ କୁନା ନାଏକ(୨୦) । ଦୁର୍ଘଟଣା ପରେ ବୋଲେରୋଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଗାଡ଼ି ଚାଳକର କୌଣସି କ୍ଷତି ହୋଇନଥିବା ବେଳେ ସେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ମା’ଙ୍କୁ ବାଇକ୍ରେ ବସାଇ କୁନା ପରଜଙ୍ଗକୁ କୌଣସି କାମରେ ଆସୁଥିଲେ । ଉଭୟ କୁଲେଇରୁ ସମଲ ଅଭିମୁଖେ ଯାଉଥିବା ରେଙ୍ଗାଳି ବାମ ମୁଖ୍ୟ କେନାଲ୍ ପୂର୍ତ୍ତ ବିଭାଗ ରାସ୍ତାରେ ଆସୁଥିବା ବେଳେ ଗେଙ୍ଗୁଟିଆ ଗ୍ରାମ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରଦାର୍ ଥିଲା ଯେ ଘଟଣା ସ୍ଥଳରେ ମା’-ପୁଅଙ୍କ ଶୋଚନୀୟ ମୃତୁ୍ୟ ହୋଇଥିଲା । ବୋଲେରୋଟି ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡ଼ିଥିଲା । ଖବର ପାଇ ଦଦରାଘାଟି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଡାକ୍ତରଖାନା ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.