ବାଇକକୁ ଧକ୍କା ଦେଲା ଅଜଣା ଗାଡି: ଜଣେ ମୃତ

Get real time updates directly on you device, subscribe now.

କରଞ୍ଜିଆ: ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ ଠାକୁରମୁଣ୍ଡା ରୋଡ୍ କେନ୍ଦୁମୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା । ଠାକୁରମୁଣ୍ଡା ତରାମରା ଗାଁର ସରୋଜ ବିନ୍ଧାଣୀ ଓ ମିଟୁ ବିନ୍ଧାଣୀ ବାଇକ୍ ଯୋଗେ ତରାମରାରୁ ପାଳସାପୋଷି ଗାଁକୁ ଚାଷ କାମ ପାଇଁ ଆସୁଥିବା ବେଳେ କେନ୍ଦୁମୁଣ୍ଡି ନିକଟ ଏକ ଢ଼ାବା ପାଖରେ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଧକ୍କା ହେବା ଫଳରେ ବାଇକଟି ଏକ ଗଛରେ ପିଟି ହୋଇ ବିଲ ମଝିରେ ଛିଟିକି ପଡିଥିଲା । ଘଟଣାସ୍ଥଳରେ ସରୋଜ ବିନ୍ଧାଣୀର ମୃତ୍ୟୁ ହୋଇଥିବା ବେଳେ ମିଟୁ ବିନ୍ଧାଣୀକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons