ବାଇକକୁ ଧକ୍କା ଦେଲା ଟ୍ରକ:ମା’ ଓ ଝିଅ ମୃତ

Get real time updates directly on you device, subscribe now.

ବସ୍ତା: ମର୍ମନ୍ତୁଦଦୁର୍ଘଟଣାରେ ମା’ ଓ ଝିଅଙ୍କ ମୃତୁ୍ୟ ଘଟିଥିବା ବେଳେ ବାପ ଓ ପୁଅ ଗୁରୁତର ହୋଇଛନ୍ତି । ବସ୍ତା ସଦର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ରେଳ ବ୍ରିଜ ନିକଟରେ ସୋମବାର ଘଟିଛି ଅଘଟଣ । ମୃତକ ହେଉଛନ୍ତି ବାଲେଶ୍ୱର ସଦର ଥାନା ଟୁଲଙ୍ଗ ସାହିର ଦେବଦତ୍ତ ମହାପାତ୍ରଙ୍କ ପତ୍ନୀ ରେଣୁକା(୩୩) ଓ ତାଙ୍କ ଝିଅ ହିମାଂଶୀ(୮) । ତେବେ ଦେବଦତ୍ତ ଓ ତାଙ୍କ ପୁଅ ସୌରଭ(୧୨) ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଟୁଲଙ୍ଗ ସାହିର ଦେବଦତ୍ତ, ତାଙ୍କ ପତ୍ନୀ ରେଣୁକା, ପୁଅ ସୌରଭ ଓ ଝିଅ ହିମାଂଶୀ ମିଶି ସକାଳେ ରୁପସା ଥାନା ଅନ୍ତର୍ଗତ ଜମୁନିଆ ଗାଁର ଶ୍ୱଶୁର ଘରକୁ ଯାଇଥିଲେ । ତେବେ ସେଠାରୁ କାମ ସାରି ଅପରାହ୍ନରେ ଗୋଟିଏ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ । ନିଧିପଣ୍ଡା ରେଳ ବ୍ରିଜ୍ ଉପରେ ସେମାନଙ୍କୁ ଏକ ଟ୍ରକ ଧକ୍କା ଦେଇ କୁଆଡେ଼ ଚାଲି ଯାଇଥିଲା । ଘଟଣାସ୍ଥଳରେ ମା’ ରେଣୁକା ଓ ଝିଅ ହିମାଂଶୀ ପ୍ରାଣ ହରାଇଥିଲେ । ବାପା ଦେବଦତ୍ତ ଓ ପୁଅ ସୌରଭ ଗୁରୁତର ହୋଇଥିଲେ । ଜାତୀୟ ରାଜପଥ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଦେବଦତ୍ତ ଓ ସୌରଭଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଖବରପାଇ ହଳଦୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜରି ରଖିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ମା’ ଓ ଝିଅଙ୍କୁ ମୃତୁ୍ୟକୁ ନେଇ ଉଭୟ ବସ୍ତା ଓ ବାଲେଶ୍ୱର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons